Latest Odisha News

BREAKING NEWS

‘ଅଗଷ୍ଟ ସୁଦ୍ଧା ଶତ ପ୍ରତିଶତ ପରିବାରକୁ ବିଜୁଳି ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରହିଛି’

ଭୁବନେଶ୍ୱର: ଚଳିତ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ପ୍ରତ୍ୟେକ ପରିବାରକୁ ବିଜୁଳି ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ସୋମବାର ଓଡ଼ିଶାର ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହା କହିଛନ୍ତି। ଓଡ଼ିଶାରେ ୧୮ ପ୍ରତିଶତ ଘରକୁ ବିଜୁଳି ସଂଯୋଗ ହୋଇଥିଲା। ଆଜି ଏହା ୯୭ ପ୍ରତିଶତରେ ପହଞ୍ଚିଛି। ଏହାର ଅର୍ଥ ହେଉଛି ଆମେ ୯୭ ପ୍ରତିଶତ ପରିବାରକୁ ବିଜୁଳି ସଂଯୋଗ ଦେଇଛୁ।

ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଅବଶିଷ୍ଟ ପରିବାରକୁ ବିଜୁଳି ସଂଯୋଗ ଦେବା ପାଇଁ ଆମେ ଡିସକମ୍କୁ ୪୧୫ କୋଟି ଟଙ୍କା ପ୍ରଦାନ କରିସାରିଛୁ। ୨୦୨୩ ଅଗଷ୍ଟ ସୁଦ୍ଧା ଏହାକୁ ହାସଲ କରିବା ପାଇଁ ଆମେ ଚେଷ୍ଟା କରିବୁ ବୋଲି ମନ୍ତ୍ରୀ କହିଛନ୍ତି।

ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ଭୂତଳ କେବୁଲ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେବାକୁ ଯାଇ ପ୍ରତାପ ଦେବ କହିଛନ୍ତି, କଟକ-ଭୁବନେଶ୍ୱରରେ ଚାଲିଥିବା ଭୂତଳ କେବୁଲ କାମ ୨୦୨୪ ଡିସେମ୍ବର ସୁଦ୍ଧା ଶେଷ ହେବ। ରାଜ୍ୟ କ୍ୟାପିଟାଲ ରିଜିଅନ୍ ଇମ୍ପ୍ରୁଭମେଣ୍ଟ ଅଫ୍ ପାଓ୍ୱାର ସିଷ୍ଟମ ଯୋଜନାରେ ଶକ୍ତି ବିଭାଗ ପକ୍ଷରୁ ଏହି କେବୁଲିଂ କାମ କରାଯାଉଛି।

ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ଏହା ସତ ଯେ, ଏସସିଆରଆଇପିଏସ୍ କାମ ଏଯାଏଁ ଶେଷ ହୋଇନାହିଁ। ଯେମିତିକି ସତ୍ୟନଗର ଗ୍ରୀଡ୍ କାମ ଏଯାଏ ଆରମ୍ଭ ହୋଇନାହିଁ। ମଞ୍ଜୁରୀପ୍ରାପ୍ତ ଏସସିଆରଆଇପିଏସ କାମ ଡିସେମ୍ବର ୨୦୨୪ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

Leave A Reply

Your email address will not be published.