କଟକ: ଘରୋଇ ବସରେ ଶତାଧିକ ପକ୍ଷୀ ଓ ଠେକୁଆ ଚୋରା ଚାଲାଣ ହେଉଥିବା ବେଳେ ଉଦ୍ଧାର କରିଛି ବାଦାମବାଡି ପୋଲିସ । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି । ପିପୁଲ ଫର ଆନିମଲ ସଂସ୍ଥା ପକ୍ଷରୁ ଏହି ପକ୍ଷୀ ଓ ଠେକୁଆଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ ପଶୁ ଡାକ୍ତରଖାନା ନିଆଯାଇଛି। ଉଦ୍ଧାର ସମୟରେ କିଛି ଠେକୁଆ ଓ ପକ୍ଷୀ ମୃତ ଥିବା ମଧ୍ୟ ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ପୋଲିସ ଆଜି କୌଣସି ସୂତ୍ରରୁ ପକ୍ଷୀ ଚୋରା ଚାଲାଣ ସମ୍ପର୍କରେ ଜାଣିବାକୁ ପାଇଥିଲା । ଚଢଉ ବେଳେ ବସର ଜିନିଷପତ୍ର ରଖିବା ସ୍ଥାନରେ ତାଲା ପଡିଥିବା ଦେଖିବାକୁ ମିଳିଥିଲା । ଏହି ତାଲା ଭାଙ୍ଗିବାରୁ ଅତି ଦୟନୀୟ ଅବସ୍ଥାରେ ଏହି ପକ୍ଷୀଗୁଡିକୁ ଉଦ୍ଧାର କରାଯାଇଥିଲା । ତେବେ ଏହି ପକ୍ଷୀଗୁଡିକୁ କୁଆଡେ ନିଆଯାଉଥିଲା ଓ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ପୋଲିସ ତଦନ୍ତ ଚଳାଇଛି ।
Comments are closed.