Latest Odisha News

BREAKING NEWS

ପରଲୋକରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇ

ଗୌହାଟୀ: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ତରୁଣ ଗୋଗଇଙ୍କର ପରଲୋକ । ଆଜି ଅପରାହ୍ନରେ ଗୌହାଟୀ ମେଡିକାଲ ସାଇନ୍ସ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତୁୟ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଗତ ତିନି ମାସ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ସେହିଦିନଠାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା । ଗତ ଶନିବାରଠାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

BjdElectrycity

ଶ୍ରୀ ଗୋଗଇ ୩ ଥର ଆସାମା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ୬ ଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରିବା ସହ ଜଣେ ଲୋକପ୍ରିୟ ନେତାଙ୍କର ଦେହାନ୍ତ ହୋଇଛି ବୋଲି କହିଛନ୍ତି ।

ସେହିପରି ଶ୍ରୀ ଗୋଗଇଙ୍କ ଦେହାନ୍ତରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ଶୋକପ୍ରକାଶ କରାଯାଇଛି ।

Leave A Reply

Your email address will not be published.