Latest Odisha News

BREAKING NEWS

ବିଜେଡିର ମିଶ୍ରଣ ପର୍ବ: ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର: ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜୁ ଜନତା ଦଳର ମିଶ୍ରଣ ପର୍ବ। ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ବ୍ରହ୍ମଗିରି ପୂର୍ବତନ ବିଜେପି ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ମହାନ୍ତିଙ୍କ ସମେତ ଶତାଧିକ ବିଜେପି କର୍ମୀ। ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।

କୃଷ୍ଣପ୍ରସାଦ, ପୁରୀ ସଦର ଏବଂ ବ୍ରହ୍ମଗିରିର ନେତା ଓ କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସମସ୍ତେ ଦଳରେ ଯୋଗ ଦେଇଥିବା କହିଛନ୍ତି । ଜୟନ୍ତ ଓ ଏତେ ସଂଖ୍ୟକ କର୍ମୀଙ୍କ ଯୋଗଦାନ ପରେ ବ୍ରହ୍ମଗିରି, ପୁରୀ ସଦର ଓ କୃଷ୍ଣପ୍ରସାଦ ଅଞ୍ଚଳରେ ଦଳୀୟ ସଂଗଠନ ଆହୁରି ମଜଭୁତ ହେବ।

ବିଜେଡି ସୁପ୍ରିମୋଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ଜୟନ୍ତ ମହାନ୍ତି। ଆଗକୁ ଜିଲ୍ଲାରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେ ନେଇ କାମ କରିବେ ବୋଲି ପ୍ରକାଶ କରିଛନ୍ତି । ଦଳ ତାଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଦେଇଛନ୍ତି।

ଦଳରେ ମିଶିବା ପରେ ସମସ୍ତଙ୍କୁ ସ୍ବାଗତ କରିଛନ୍ତି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଯେଉଁ ବିକାଶ ଚାଲିଛି ତାହାକୁ ଆଗେଇ ନେବେ। ଦଳରେ ଯେଉଁ ସମ୍ମାନ ପାଇଁ ଆଶା ରହିଛି ତାହା ପାଇବେ। ଦଳରେ ଶୃଙ୍ଖଳା ରହିଛି, ସେଇ ହିସାବରେ ପ୍ରତିଷ୍ଠା ମିଳିବ ବୋଲି ସେ କହିଛନ୍ତି ।କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା ଏବଂ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.