ଛତିଶଗଡ଼ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ପୋଲିସକୁ ବଡ଼ ସଫଳତା । ପୋଲିସର ପୁନା ନର୍କମ ଅଭିଜାନରେ ସୁକୁମା ଏସ.ପି.ଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି ଶତାଧିକ ନକ୍ସଲ ସମର୍ଥକ । ଦୀର୍ଘ ବର୍ଷ ଧରି ଜାଗରକୋଣ୍ଡା ଓ ଚିନ୍ତଲନାଡ ଅଞ୍ଚଳକୁ ମାଓବାଦୀମାନେ ନିଜ କବଜାରେ ରଖିଥିଲେ । ଯାହା ଫଳରେ ସର୍ଚ୍ଚ ଅପରେଶନ ବେଳେ ଯବାନଙ୍କୁ ସଫଳତା ମିଳୁନଥିଲା । ଦିନେ ମାଓବାଦୀଙ୍କ କଥାରେ ପଡି ଜାଗରକୋଣ୍ଡା ଥାନା ଅନ୍ତର୍ଗତ କୁନ୍ଦେଡ ଓ ଚିନ୍ତଲନାଡ ଥାନା ଅନ୍ତର୍ଗତ ନାଗାରାମ ଗ୍ରାମର ଶତାଧିକ ଆଦିବାସୀ ମାଓ ସଙ୍ଗଠନରେ ସାମିଲ ହୋଇଥିଲେ । ହେଲେ ଏବେ ଏହି ମାଓ ସଙ୍ଗଠନର ହାତ ଛାଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଶତାଧିକ ମାଓବାଦୀ । ସେମାନଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଥିବା ମାମଲା ପ୍ରତ୍ୟାହାର କରାଯିବା ସହ ସେମାନଙ୍କ ଗାଁକୁ ରାସ୍ତା ଓ ପାନୀୟ ଜଳ ସହ ଶିକ୍ଷା, ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବା ଲାଗି ଏସପିଙ୍କ ନିକଟରେ ଦାବି କରିଛନ୍ତି । ଖୁବଶୀଘ୍ର ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସୁକମା ଏସପିସୁନିଲ ଶର୍ମା ।
BREAKING NEWS
- Artemis II crew Emotional: ଜହ୍ନରେ କାନ୍ଦିଲା ମଣିଷ! କିଛି ଏମିତି ଦେଖିଲା, ଯାହା କେବେ କିଏ ଦେଖିନଥିଲେ…
- ଇସ୍ତଫା ଦେଲେ ଏୟାର ଇଣ୍ଡିଆର ସିଇଓ, ହଠାତ୍ ଏହି ବଡ଼ ନିଷ୍ପତ୍ତି ନେଲେ କାହିଁକି?
- ‘ଅମରାବତୀ’ ଏବେ ଆନ୍ଧ୍ର ପ୍ରଦେଶର ଏକମାତ୍ର ରାଜଧାନୀ
- ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ
- Odisha Weather Update: ଆହୁରୀ ସପ୍ତାହେ କାଳବୈଶାଖୀ ଆଶଙ୍କା, ୨୦ ଜିଲ୍ଲାକୁ ଝଡବର୍ଷା ସତର୍କତା
- ଗୋରୁ ମାଫିଆଙ୍କ ୮ଟି ସ୍ଥାନରେ ପୋଲିସର ଚଢ଼ାଉ, ୨୦ ଲକ୍ଷ ନଗଦ ଟଙ୍କା ଜବତ
- ରାତି ୮ଟା ଯାଏଁ ଡେଡଲାଇନ୍ ଦେଲେ ଟ୍ରମ୍ପ… ଚୁକ୍ତି ଚୂଡ଼ାନ୍ତ ନହୁଏ ତେବେ ଇରାନରେ କ’ଣ ହେବ?
- କୁଏତ ଏୟାରବେସ ଉପରେ ଇରାନର ଆକ୍ରମଣ, ୧୫ ଆମେରିକୀୟ ଆହତ
- ୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ;ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
- Financial literacy: ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ;ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ଶିକ୍ଷକ-ଶିକ୍ଷୟିତ୍ରୀ
Comments are closed.