Latest Odisha News

BREAKING NEWS

ପିଲା ଚୋରି ଓ ବିକ୍ରି ଅଭିଯୋଗ, ୩ କୋର୍ଟ ଚାଲାଣ

ବାରିପଦା: ମୟୁରଭଂଜ ଜିଲ୍ଲା ଝାରପୋଖରିଆ ଅନ୍ତର୍ଗତ ସାରସକଣା ବଜାର ଅଂଚଳରୁ ସାମ୍ନାକୁ ଆସିଲା ସାଂଘାତିକ ଅଭିଯୋଗ । ପିଲା ଚୋରି ଓ ବିକ୍ରି ଭଳି ସାଂଘାତିକ ଅପରାଧକୁ ନେଇ ସ୍ଥାନୀୟ ଅଂଚଳରେ ହଟଚମଟ ସୃଷ୍ଟି ହୋଇଛି । ତେବେ ଶେଷରେ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ ଗତକାଲି ଦାନାଦର ଗାଁର ପ୍ରଦୀପ ଦିଗାରଙ୍କ ସ୍ତ୍ରୀ ମାଳତୀ ଦିଗାରଙ୍କ କୋଳରୁ ତାଙ୍କ ଏକ ମାସର ଶିଶୁପୁତ୍ରକୁ ସାରସକଣାର ତପନ ଦଣ୍ଡପାଟ ନାମକ ଜଣେ ବ୍ୟକ୍ତି ଛଡାଇନଥିଲେ । ପରେ ସେହି ଶିଶୁପୁତ୍ରକୁ ପ୍ରହଲ୍ଲାଦ ପ୍ରତିହାରୀ ଓ ତାଙ୍କ ପତ୍ନୀ ଲିଜା ପ୍ରତିହାରୀଙ୍କୁ ମାତ୍ର ୧୫୦୦ ଟଙ୍କାରେ ବିକ୍ରୟ କରିଥିବା ନେଇ ମାଳତୀ ଦିଗାର ଥାନାରେ ଅଭିଯୋଗ କରିଥିଲେ ।

ଝାରପୋଖରିଆ ଥାନାରେ ମାମଲା ଦାୟର ହେବା ପରେ ସକ୍ରିୟ ହୋଇଥିଲା ପୋଲିସ ଟିମ୍ । ପିଲା ଚୋରି ମାମଲାର ମୁଖ୍ୟ ଅଭିଯୁକ୍ତ ତପନ ସମେତ କ୍ରେତା ସାଜିଥିବା ଦମ୍ପତ୍ତିଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.