ଇସ୍ଲାମାବାଦ: ପାକିସ୍ତାନରେ ରାଜନୈତିକ ହାଇ ଡ୍ରାମା ଦେଖିବାକୁ ମିଳିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ଭୟରେ ନିଜକୁ ଘର ଭିତରେ କଏଦ କରି ରଖିଥିବା ବେଳେ ଲାହୋରର ପୋସ ଜମାନ ପାର୍କ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛି ପୁଲିସ୍।
ହେଲେ ତାପୂର୍ବରୁ ଇମ୍ରାନଙ୍କ ସୁରକ୍ଷା ପାଇଁ ପିଟିଆଇ(ପାକିସ୍ତାନ-ତେହେରିକ ଏ ଇନ୍ସାଫ୍) ଦଳର କର୍ମୀମାନେ ତାଙ୍କ ବାସଭବନ ବାହାରେ ଧାରଣ ଦେଇଛନ୍ତି। ପୁଲିସ ଭିତରକୁ ଯାଇପାରୁ ନାହିଁ।
ଖବର ଅନୁସାରେ ପାକିସ୍ତାନ ଆନ୍ତଙ୍କବାଦୀ ନିରୋଧକ କୋର୍ଟ ଇମ୍ରାନଙ୍କ ଜମିନ ଆବେଦନ ଖାରଜ କରିଛନ୍ତି। ଏଥିପାଇଁ ପୁଲିସ ଜମାନ ପାର୍କ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛି। ଏହା ପୂର୍ବରୁ ଇମ୍ରାନଙ୍କ ଗିରଫ ହେବା ନେଇ ଖବର ପହଞ୍ଚିବା ପରେ ପିଟିଆଇ କର୍ମୀମାନେ ତାଙ୍କୁ ସୁରକ୍ଷା ଦେବା ପାଇଁ ଆଗୁଆ ତାଙ୍କ ଘର ସାମ୍ନାରେ ଧାରଣା ଦେବା ସହ ସରକାର ବିରୋଧୀ ନାରା ଦେଇଛନ୍ତି।
ସୂଚନା ଥାଉକି ଏହି ମାମଲା ପାକିସ୍ତାନ ଇଲେକ୍ସନ କମିଶନଙ୍କର ତୋଶଖାନା ରାୟ ପ୍ରକାଶ ପାଇବା ଘଟଣାକୁ ନେଇ ହୋଇଛି । ଇମ୍ରାନ ଖାନ୍ ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ଶେହେବାଜ ସରିଫ ସରକାଙ୍କ ବିରୋଧରେ ନାନା ଆଭିଯୋଗ ଆଣିଥିଲେ। ଏନେଇ ଇସି ଏକ କମିଟି ଗଠନ କରିଥିଲେ। ଇମ୍ରାନ, ଭ୍ରମାତ୍ମକ ଓ ହିଂସା ଉସ୍କାଇଲା ଭଳି ଭାଷଣ ଦେଉଛନ୍ତି ବୋଲି କମିଟି ରିପୋର୍ଟ ଦେଇଥିଲେ। ଏହାପରେ ଇମ୍ରାନଙ୍କ ଭାଷଣ ଓ ରାଲିକୁ ବ୍ୟାନ୍ କରାଯାଇଥିଲା।
ଏହି ଘଟଣାରେ ଇମ୍ରାନଙ୍କ ବିରୋଧରେ ମାମଲା ହୋଇଥିଲେ ବି ସେ ବର୍ତ୍ତମାନ ଆହତ କାରଣ ଦର୍ଶାଇ ଅନ୍ତରୀଣ ଯାମିନ୍ରେ ଅଛନ୍ତି। ତେବେ ଯାମିନ ଅବଧି ବଢାଇବାକୁ ଇମ୍ରାନ ପୁଣିଥରେ ଆବେଦନ କରିଥିଲେ ବି କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି।
Comments are closed.