Latest Odisha News

BREAKING NEWS

୧୦ ଦିନ ବନ୍ଦ ରହିବା ପରେ ଖୋଲିଲା କପିଳେଶ୍ୱରଙ୍କ ମୁଖ୍ୟ ଦ୍ୱାର; ତାଲା ଭାଙ୍ଗିଲେ ଶତାଧିକ ମହିଳା ଭକ୍ତ

ଭୁବନେଶ୍ୱର; ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ଭୁବନେଶ୍ୱର କପିଳେଶ୍ୱର ମନ୍ଦିରକୁ ତଲା ପକାଇ ଦିଆଯାଇଥିଲା। ଦୀର୍ଘ ୧୦ ଦିନ ଧରି ଉପାସ ଭୋକେ ଥିଲେ ଦେବ ଦେବ ମହାଦେବ। ବିବାଦ ନ ତୁଟିବାରୁ ଠାକୁରଙ୍କ ଉପରେ ହେଉଥିବା ଅନ୍ୟାୟକୁ ସହି ନପାରି ଆଜି ଶତାଧିକ ମହିଳା ଭକ୍ତ ମନ୍ଦିରର ତାଲା ଭାଙ୍ଗି ଗେଟ୍ ଖୋଲିଛନ୍ତି। ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଛି ପୁଲିସ୍। ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାକୁ ଆଶଙ୍କା କରି ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ଖବର ଅନୁସାରେ ଦୁଇ ସେବାୟତ ଗୋଷ୍ଠୀ ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ଠାକୁରଙ୍କ ସେବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ସେବାୟତଙ୍କ ବିବାଦ ନ ମେଣ୍ଟିବାରୁ ଶେଷରେ ମହାପ୍ରଭୁଙ୍କ ଉପରେ ରାଗ ସୁଝାଇଥିଲେ ସେବାୟତ। ସମାଧାନ ନ ହେବାରୁ ମନ୍ଦିରରେ ତାଲା ପକାଇ ଦିଆଯାଇଥିଲା।

ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଜାତଠାରୁ କପିଳେଶ୍ୱର ମନ୍ଦିରର ମୁଖ୍ୟ ଦ୍ୱାର ବନ୍ଦ ରହିଥିଲା। ଠାକୁରଙ୍କର ନୀତିକାନ୍ତି ହୋଇପାରୁ ନଥିଲା କି ଭୋଗ ଲାଗିପାରୁ ନଥିଲା। ଫଳରେ ଭୋକ ଉପବାସରେ ଦୀର୍ଘ ୧୦ଦିନ କାଟିଥିଲେ ବାବା କପିଳେଶ୍ୱର। ଶେଷରେ ସୋମବାର ମହିଳା ଭକ୍ତମାନେ ମନ୍ଦିରରେ ତାଲା ଭାଙ୍ଗି ମୁଖ୍ୟ ଦ୍ୱାର ଖୋଲିଛନ୍ତି।

ତେବେ ମହିଳାମାନେ ତାଲା ସିନା ଭାଙ୍ଗି ଦେଲେ ହେଲେ ସେବାୟତଙ୍କ ବିବାଦ ଏଯାଏଁ ମେଣ୍ଟି ନାହିଁ। ତେଣୁ ଠାକୁରଙ୍କର ନୀତିକାନ୍ତି କେମିତି ହେବ ଏବେ ସେନେଇ ଚିନ୍ତା ବଢ଼ିଛି। ପ୍ରଶାସନ ପୂର୍ବରୁ ଏହି ବିବାଦର ସମଧାନ ପାଇଁ ଅନେକ ଥର ଚେଷ୍ଟା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିବା ସୂଚନା ମିଳିଛି। ଅନ୍ୟପଟେ ସେବାୟତଙ୍କ କହିବା କଥା ହେଲା ପ୍ରଶାସନ ବିବାଦ ମେଣ୍ଟାଇବାକୁ ଉଦ୍ୟମ କରୁ ନଥିବାରୁ ଠାକୁରେ ଉପାସରେ ଦିନ କାଟୁଛନ୍ତି।

Leave A Reply

Your email address will not be published.