Latest Odisha News

BREAKING NEWS

କୃଷକ ସଶକ୍ତିକରଣ ପାଇଁ JSP ଫାଉଣ୍ଡସେନ୍ ଓ କୃଷି ବିଭାଗ ମଧ୍ୟରେ ବୁଝାମଣା

ଅନୁଗୁଳ: ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅନୁଗୁଳରେ ୨ ଗୋଟି କୃଷି ସେବା କେନ୍ଦ୍ର ପ୍ରତିଷ୍ଠା ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ କୃଷି ବିଭାଗ ସହ ହାତ ମିଳାଇଛି ଜେଏସପି ଫାଉଣ୍ଡେସନ୍ । ପ୍ରଥମ ଥର ପାଇଁ ଓଡ଼ିଶାରେ ପିପିପି ମୋଡରେ କୃଷି ସେବା କେନ୍ଦ୍ର ପ୍ରତିଷ୍ଠା ହେବ ।

୨ ଗୋଟି କୃଷକ ଉତ୍ପାଦନ ସଂଗଠନ ନାବାର୍ଡ ଅଧିନରେ ପିପିପି ମୋଡରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ସହଭାଗିତାରେ ହେବ । ଏହା ମାଧ୍ୟମରେ କୃଷକଙ୍କୁ ସହଯୋଗ ମିଳିବ । କୃଷି ଉତ୍ପାଦନ ବୃଦ୍ଧି ସହ ଚାଷୀ ପରିବାରର ଆୟ ବଢ଼ିବ ।

୨ଟି କୃଷକ ସେବା କେନ୍ଦ୍ର ଦ୍ୱାରା ଚାଷୀ ସହଜରେ ଟ୍ରାକ୍ଟର, ପାୱାର ଟିଲର, ପାୱାର ରିପର, ରୋଟଭେଟର, କଲ୍ଟିଭେଟର, ପାୱାର ୱିଡର, ପାୱାର ସ୍ପ୍ରେୟର, ବ୍ରଶ କଟର ଆଦି ଲାଗି ସହାୟତା ପାଇ ପାରିବେ । ଏହାଛଡ଼ା ଚାଷୀ ଭଡ଼ା ଦେଇ ଏସବୁ ଯନ୍ତ୍ରପାତି ବ୍ୟବହାର କରି ପାରିବେ ।

ଏଥିପାଇଁ ଜେଏସପି ୩୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବ । ସେହିଭଳି ସରକାର ପ୍ରାୟ ୧୮ ଲକ୍ଷ ଟଙ୍କା ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.