Latest Odisha News

BREAKING NEWS

କେବେ ଚେତିବା ? ଭୋକ ଲାଗିବାରୁ ହାତୀ ଖାଇଲା ପ୍ଲାଷ୍ଟିକ

ଭୁବନେଶ୍ୱର: ଦେଶ ସହ ରାଜ୍ୟରେ ପ୍ରଦୂଷଣ ବଢ଼ି ଚାଲିଛି । ସମସ୍ତ ପ୍ରକାର ପ୍ରଦୂଷଣ ମଧ୍ୟରେ ପ୍ଲାଷ୍ଟିକ ପ୍ରଦୂଷଣ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ପ୍ଲାଷ୍ଟିକ ପାଇଁ ପରିବେଶ ପ୍ରଦୂଷିତ ହେଉଛି । ମଣିଷ ବ୍ୟବହାର କରୁଥିବା ପ୍ଲାଷ୍ଟିକ ଯୋଗୁଁ ସମୁଦ୍ରରେ ରହୁଥିବା ଜୀବ ସହ ଜଙ୍ଗଲି ପ୍ରାଣୀ ମଧ୍ୟ ବିପଦରେ ପଡ଼ୁଛନ୍ତି ।

ଏବେ ସେଭଳି ଏକ ଭିଡିଓ ଭାଇରାଲ୍ ହୋଇଛି । ଯାହା ଆପଣଙ୍କୁ ମଧ୍ୟ ବିଚଳିତ କରି ଦେବ । ଆଇଏଫ୍ଏସ୍ ଅଧିକାରୀ ସୁଶାନ୍ତ ନନ୍ଦ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ଏକ ଭୋକିଲା ଦନ୍ତା ହାତୀ ଖୋଲା ପଡ଼ିଆରୁ ପ୍ଲାଷ୍ଟିକ ଜରିକୁ ଷୁଣ୍ଢରେ ଗୋଟାଇ ଖାଇବାକୁ ଚେଷ୍ଟା କରୁଛି । ଆଉ ସବୁଠାରୁ ବଡ଼ କଥା ଏହି ଭିଡିଓଟି ବାଲେଶ୍ୱର ନୀଳଗିରିର ବୋଲି ସେ ଲେଖିଛନ୍ତି ।

ଭିଡିଓ ସେୟାର କରି ସୁଶାନ୍ତ ନନ୍ଦ ଲେଖିଛନ୍ତି, ଏତେ ବଡ଼ ଜୀବ ପାଇଁ ପ୍ଲାଷ୍ଟିକ ବିପଦଜ୍ଜନକ ହୋଇପାରେ । ଏହି ପ୍ଲାଷ୍ଟିକ ଖାଦ୍ୟ ନଳୀକୁ ଅବରୋଧ କରିପାରେ । ଥରେ ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକକୁ ବ୍ୟବହାର ନ କରିବା ଏବଂ ଏଣେତେଣେ ନ ଫୋପାଡ଼ିବା ସମସ୍ତଙ୍କ ଦାୟିତ୍ୱ ହେବା ଉଚିତ୍ । ଭିଡିଓ ଟିକୁ ୧୧ ହଜାରରୁ ଅଧିକ ଲୋକ ଦେଖିଥିବା ବେଳେ ଜଙ୍ଗଲରେ ପ୍ଲାଷ୍ଟିକ ପ୍ରଦୂଷଣ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Leave A Reply

Your email address will not be published.