Latest Odisha News

ପୋଷା କୁକୁର ଖାଇଗଲା ୯ ହଜାର ୮ଶହ ଟଙ୍କା !

ସାଧାରଣତଃ ପୋଷା କୁକୁରମାନେ ମାଲିକର ବେଶ୍ ବିଶ୍ୱସ୍ତ ହୋଇଥାନ୍ତି । ସେମାନଙ୍କୁ ଘରେ ଛାଡି ବେଶ୍ ନିଶ୍ଚିନ୍ତରେ ମାଲିକ ବାହାରକୁ ଯାଇପାରନ୍ତି । କିନ୍ତୁ ଆଜି ଏମିତି ଏକ ପୋଷା କୁକୁର ସମ୍ପର୍କରେ ଜାଣିବା ଯିଏ ମାଲିକ ନ ଥିବା ବେଳେ ଯାହା କାଣ୍ଡ କରିଛି ସେଥିରେ ମାଲିକ ଜଣଙ୍କ ହସିବେ ନା କାନ୍ଦିବେ ତାହା ଜାଣିପାରୁନାହାନ୍ତି ।

ଆଇଲ ଅଫ୍ ମେନ ଷ୍ଟେଟ୍‌ର ଜୋସଲିନ ହୋର୍ଣ୍ଣ ନାମକ ଜଣେ ବ୍ୟକ୍ତି ତାଙ୍କ ଦ୍ୱାରା ସଞ୍ଚିତ ଟଙ୍କାକୁ ଏକ ପାତ୍ରରେ ରଖି ବେଡ୍ କଡରେ ରଖିଥିଲେ । ତେବେ ସେ ଅଫିସ ଯାଇଥିବା ବେଳେ ତାଙ୍କ ପୋଷା କୁକୁର ପେଗି ପାତ୍ରରେ ଥିବା ସମସ୍ତ ଟଙ୍କାକୁ ଖାଇ ଦେଇଥିଲା । ଜୋସଲିନ ଘରକୁ ଫେରିବା ପରେ ତାଙ୍କ ପାର୍ଟନର ଆଲାନ ତାଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । କିନ୍ତୁ ଜୋସଲିନ୍ ଏହାକୁ ବିଶ୍ୱାସ କରିପାର ନଥିଲେ । ସେ ଭାବିଥିଲେ ଟଙ୍କା ଲୁଚାଇ ପାର୍ଟନର ତାଙ୍କ ସହ ଏମିତି ଖେଳୁଛନ୍ତି । ତେବେ ଏକ ୨୦ ପାଉଣ୍ଡ ନୋଟକୁ ଖଣ୍ଡଖଣ୍ଡ ଅବସ୍ଥାରେ ଦେଖିବା ପରେ ଜୋସଲିନ ବିଶ୍ୱାସ କରିବାକୁ ବାଧ୍ୟ ହୋଇଥିଲେ ।

ଏ ନେଇ ସେ କହିଛନ୍ତି, ‘ପେଗି ତଳେ ପଡିଥିବା ସମସ୍ତ ଜିନିଷକୁ ଦାନ୍ତରେ ଛିଣ୍ଡାଇ ନଷ୍ଟ କରିଦେଇଥାଏ । ସେଥି ପାଇଁ ମୁଁ ତାକୁ ସବୁ ବେଳେ ଜଗିଥାଏ । ଏମିତି ଅଫିସ ଗଲାବେଳେ ବେଡରୁମ ଲକ୍ କରିକି ଯାଇଥାଏ । ଘରକୁ ଫେରିବା ପରେ ମୁଁ କେବଳ ୨୦ ପାଉଣ୍ଡର ଛିଣ୍ଡା ନୋଟ୍ ପାଇଥିବା ବେଳେ ପ୍ରାୟ ଶହେ ପାଉଣ୍ଡ ସେ ଖାଇଦେଇଛି । ’

Comments are closed.