Latest Odisha News

ସ୍ୱାମୀଙ୍କ ଅଭିଯୋଗ; ନିଜ ୪ ଝିଅଙ୍କ ଗଳାକାଟି ହତ୍ୟା କଲେ ପତ୍ନୀ

ମେୱାତ: ୪ ଝିଅର ବେକ କାଟି ମାଆର ଆତ୍ମହତ୍ୟା ଉଦ୍ୟମ। କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ହରିୟାଣାର ମେୱାତ୍‌ ଜିଲ୍ଲାରେ।

ସୂଚନାନୁସାରେ, ଏଠାରେ ଜଣେ ମା’ ଫରମିନା ନିଜ ୪ ଝିଅଙ୍କ ଗଳା କାଟି ହତ୍ୟା କରିଛି। ଏହା ପଛର କାରଣ ମଧ୍ୟ ଅତି କଷ୍ଟଦାୟକ। ଫର୍‌ମିନା କେବଳ ଝିଅ ଜନ୍ମ କରୁଥିବାରୁ ତାଙ୍କ ସ୍ବାମୀ ତାଙ୍କ ଉପ‌ରେ ସବୁବେଳେ ରଗୁଥିଲେ। ଏପରିକି ପୁଅ ପାଇଁ ଖୁର୍ସିଦ୍‌ ଫର୍‌ମିନାଙ୍କୁ ନିୟମିତ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ।ଏଥିରେ ଅତିଷ୍ଠ ହୋଇ ଫର୍‌ମିନା ୪ ଝିଅଙ୍କ ଗଳାକାଟି ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ କହିଛନ୍ତି।

ଏନେଇ ତାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘରୁ ୪ ଝିଅ ମୁସ୍‌କାନ, ମିସ୍‌କିନା, ଅଲ୍‌ସିଫା ଏବଂ ଆର୍‌ବିନାଙ୍କ ମୃତ ଜବତ କରିଛି। ଅପରପକ୍ଷେ, ୪ ଝିଅଙ୍କୁ ଗଳାକାଟି ହତ୍ୟା କରିବା ପରେ ଫର୍‌ମିନା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସ୍ୱାମୀ ଖୁର୍ସିଦ ଓଅତ୍ନୀ5 ଫର୍‌ମିନାଙ୍କ ବିରୋଧରେ ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରୁଥିବା ସୂଚନା ମିଳିଛି।

Comments are closed.