Latest Odisha News

BREAKING NEWS

ଖସୁଛି ପାରଦ; ୧୫ ଡିଗ୍ରୀ ତଳେ ରାଜ୍ୟର ୧୩ଟି ସହର

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ । ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ପ୍ରାୟ ୧ରୁ ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ଖସିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା।

ବିଭାଗର ସୂଚନାନୁସାରେ, ୧୦ ଡିଗ୍ରି ତଳେ ରାଜ୍ୟର ୨ ଟି ସହର ରହିଥିବା ରେକର୍ଡ ହୋଇଥିବା ବେଳେ ୧୫ ଡିଗ୍ରି ତଳେ ରହିଛି ମୋଟ ୧୩ଟି ସହର

ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ସୋନପୁରରେ ରେକର୍ଡ ହୋଇଛି। ଏଠାରେ ସର୍ବନିମ୍ନ ତାପମାତ୍ରା‌ ୯ ଡିଗ୍ରି ଥିବା ରେକର୍ଡ ହୋଇଛି। ଏଥିସହ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରି ରହିଥିବା ରେକର୍ଡ ହୋଇଛି।

ଏହାସହ ୧୧ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳରେ ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୦.୬ ଡିଗ୍ରୀ ଝାରସୁଗୁଡ଼ାରେ ୧୩.୨ ଡିଗ୍ରୀ, ବାରିପଦାରେ ୧୨.୪ ଡିଗ୍ରୀ, କେନ୍ଦୁଝରରେ ୧୨.୦ ଡିଗ୍ରୀ, ଭବାନୀପାଟଣାରେ ୧୨.୮ ଡିଗ୍ରୀ, ବଲାଙ୍ଗୀରରେ ୧୪.୦ ଡିଗ୍ରୀ, କୋରାପୁଟରେ ୧୩.୦ ଡିଗ୍ରୀ, ଫୁଲବାଣୀରେ ୧୧.୩ ଡିଗ୍ରୀ, ତାଳଚେରରେ ୧୫.୦ ଡିଗ୍ରୀ, କଟକରେ ୧୪.୮ ଡିଗ୍ରୀ ଓ ସୁନ୍ଦରଗଡ଼ରେ ୧୫.୦ ଡିଗ୍ରୀ ରେକର୍ଡ ହୋଇଛି।

Leave A Reply

Your email address will not be published.