Latest Odisha News

ଫେଲ ମାରିଲା ମହାପ୍ରୟାଣ ଗାଡି: ସ୍ତ୍ରୀର ଶବ ନେବାକୁ ଭିକ ମାଗିଲେ ସ୍ବାମୀ

ସମ୍ବଲପୁର: ଫେଲ ମାରିଲା ମହାପ୍ରୟାଣ ଗାଡି  । ସ୍ତ୍ରୀର ଶବ ନେବାକୁ ଟଙ୍କା ନଥିବାରୁ ଗାମୁଛା ପକାଇ ଭିକ ମାଗିଲେ ସ୍ବାମୀ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି  ସମ୍ବଳପୁର ଭୀମସାରରେ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୁକତୁଙ୍ଗା ଗାଁର ପାଣ୍ଡବ  ମୁଖୀଙ୍କ ପତ୍ନୀ କର୍କଟ ରୋଗରେ ପୀଡିତ ଥିଲେ  ।  ଭୀମସାର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି  । ମହିଳାଙ୍କ ମୃତ୍ୟୁ ପରେ ଗାଁକୁ ଶବ ନେବାକୁ ପାଣ୍ଡବଙ୍କୁ ମହାପ୍ରୟାଣ ଗାଡ଼ି ମିଳିନଥିଲା ।

ଏମିତିକି ତାଙ୍କ ପାଖରେ ଟଙ୍କା ଟିଏ ବି ନଥିଲା  । ଫଳରେ ସେ ନିରୁପାୟ ହୋଇ ମେଡିକାଲ ବାରଣ୍ଡାରେ ଗାମୁଛା ପକାଇ ଛଳ ଛଳ ଆଖିରେ ଭିକ ମାଗୁଥିବା ଦେଖିବାକୁ ମିଳିଛି  । ମେଡିକାଲରେ ଥିବା ଲୋକ ଏନେଇ ତାଙ୍କ ପରିବାରକୁ ଖବର ଦେବା ପରେ ପରିବାର ଲୋକ ଆସି ପହଞ୍ଚି ମୃତଦେହକୁ ନେଇଥିବା ସୂଚନା ରହିଛି । ତେବେ ଏହି ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି  ।

Leave A Reply

Your email address will not be published.