ମଥୁରା: ପାରିବାରିକ କଳହରୁ ପତ୍ନୀଙ୍କ ଓଠ କାମୁଡିଦେଲେ ସ୍ବାମୀ। ଉତ୍ତର ପ୍ରଦେଶର ମଥୁରାରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।
ପୋଲିସର ସୂଚନା ଅନୁଯାୟୀ, ସ୍ୱାମୀ ଜଣକ ତାଙ୍କ ସ୍ତ୍ରୀଙ୍କ ଓଠକୁ କାମୁଡ଼ି ରକ୍ତାକ୍ତ କରିଦେଇଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠି ଡାକ୍ତର ତାଙ୍କ ଓଠରେ ୧୬ଟି ଷ୍ଟିଚ୍ ପକାଇଥିବା ଜଣାପଡିଛି।
ସ୍ଥିତି ଏଭଳି ଯେ ସେ କଥା କହିବାକୁ ମଧ୍ଯ ସକ୍ଷମ ନଥିଲେ। ଫଳରେ ସେ ସମ୍ପୂର୍ଣ୍ଣ ବୟାନକୁ କାଗଜରେ ଲେଖି ପୋଲିସକୁ ଦେଇଥିଲେ। ସେ ତାଙ୍କ ସ୍ୱାମୀ, ଶ୍ୱଶୁର ଏବଂ ଶାଶୁଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ କରିଛନ୍ତି।
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ସେ ଘରେ କାମ କରୁଥିଲେ। ଏହି ସମୟରେ ତାଙ୍କ ସ୍ଵାମୀ ବିଷ୍ଣୁ ଆସି ଝଗଡ଼ା କରିବା ଆରମ୍ଭ କରିଥିଲେ। ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।ଯାହାପରେ ଏଭଳି ଅଘଟଣ ଘଟିଥିଲା। ତେବେ ସେ ଯେତେବେଳେ ତାଙ୍କ ଶାଶୁ ଏବଂ ଦିଅରଙ୍କୁ ତାଙ୍କ ସ୍ୱାମୀଙ୍କ କାର୍ଯ୍ୟକଳାପ ବିଷୟରେ କହିଥିଲେ। ସେତେବେଳେ ସେମାନେ ମଧ୍ଯ ତାଙ୍କ ସହିତ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା କହିଛନ୍ତି।
ଅପରପକ୍ଷରେ ଘଟଣା ବିଷୟରେ ଜାଣିବା ପରେ ମହିଳା ଓ ତାଙ୍କ ବାପା ଥାନାକୁ ଯାଇ ସ୍ୱାମୀ, ଶାଶୁ ଏବଂ ଶ୍ୱଶୁରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।
Comments are closed.