Latest Odisha News

ଶକ୍ତି ଦେଖାଇଲା ସ୍ବଦେଶୀ ମିଶାଇଲ ‘ଆକାଶ’

ଭୁବନେଶ୍ବର: ଆକାଶରେ ଶକ୍ତି ଦେଖାଇଲା ସ୍ବଦେଶୀ ମିଶାଇଲ ‘ଆକାଶ’ । ଓଡିଶା ଉପକୂଳ ଗୋପାଳପୁର ସମନ୍ବିତ କ୍ଷେପାଣାସ୍ତ୍ର ଘାଟିରେ ଏହି ସ୍ବଦେଶୀ ମିଶାଇଲର ପରୀକ୍ଷା କରାଯାଇଥିବା ବେଳେ, ପରୀକ୍ଷଣ ସଫଳ ହୋଇଛି । ଯାହା ନିର୍ଦ୍ଧାରିତ ଲକ୍ଷ୍ୟକୁ ଖୋଜି ଟାର୍ଗେଟ କରିବାରେ ନିଖୁଣ ।

ଏବେ ଭାରତ ନିଜସ୍ବ ଜ୍ଞାନ କୌଶଳ ପ୍ରୟୋଗ କରି ବିଜ୍ଞାନର ଶୀର୍ଷରେ ପହଞ୍ଚିବାରେ ସଫଳ ହୋଇଛି । ଆଜି ଗୋଟିଏ ଦିନରେ ଦୁଇ ଦୁଇଟି ସଫଳତା ହାସଲ କରିଛି ଦେଶ । ପ୍ରଥମେ ତ, ବିଶ୍ବର ସର୍ବୋଚ୍ଚ ରେଳ ବ୍ରିଜ୍ ଉପରେ ଆଜି ପରୀକ୍ଷାମୂଳକ ଭାବେ ବନ୍ଦେ ଭାରତ ଟ୍ରେନ୍ ଚାଲିଥିବା ବେଳେ ସମାନ ସମୟରେ ଏକ ଘାତକ ଆକାଶ ମିଶାଇଲର ମଧ୍ୟ ସଫଳ ପରୀକ୍ଷଣ ହୋଇଛି । ଯାହରର ଏକ ଭିଡିଓ ଜାରି କରିଛି ଭାରତୀୟ ସେନାର ଚେତକ କର୍ପସ । କିଭଳି ଭାବେ ଦିନ ହେଉ କି ରାତି, ଶତ୍ରୁକୁ କଡା ଟକ୍କର ଦବା ପାଇଁ ଆକାଶ ମିଶାଇଲର ପ୍ରସ୍ତୁତ କରାଯାଇଛି, ତାହାର ଝଲକ ଦେଖାଇଛି ।

ଯେଉଁଥିରେ ଗୋପାଳପୁର ସମୁଦ୍ରା କୂଳରେ ନିଜର ଶକ୍ତି ପ୍ରଦର୍ଶନ କରିଛି ଆକାଶ । ସ୍ଥଳଭାଗରେ ରହି ସିଧା ଆକାଶ ମାର୍ଗକୁ ତାର ଲକ୍ଷ୍ୟ ସାଧୁଛି । ଯେକୌଣସି ଟାର୍ଗେଟକୁ ଓ୍ବଂସ କରିବାର କ୍ଷମତା ରଖିଛି ଆକାଶ । ଯାହା ଉଭୟ ରାତି ଏବଂ ଦିନରେ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ।

Comments are closed.