Latest Odisha News

BREAKING NEWS

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ପିଟି ପିଟି ହତ୍ୟା

ନୟାଗଡ଼: ପରକୀୟା ସନ୍ଦେହରେ ସ୍ତ୍ରୀକୁ ପିଟି ପିଟି ହତ୍ୟା । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବେରୁଆଁବାରୀ ଗ୍ରାମରେ ଏଭଳି ଘଟଣା ଘଟିଛି । ହତ୍ୟାକାରୀ ସ୍ୱାମୀ ଲଳିତ କୁମାର ସାହୁ ୫ବର୍ଷ ତଳେ ଗଞ୍ଜାମ ଜିଲ୍ଲା କୋଦଳା ଗାଁର ମାମିନା ସାହୁଙ୍କୁ ବିବାହ କରିଥିଲା । ମାମିନା ଫୋନ୍‌ରେ ଅନ୍ୟ ପୁରୁଷ ସହିତ କଥା ହେଉଥିବା ଲଳିତ ସନ୍ଦେହ କରିଥିଲା । ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ବୁଧବାର ରାତିରେ ମାମିନା ଫୋନ୍‌ରେ କଥା ହେଉଥିବା ଦେଖି ଲଳିତ ମୁଣ୍ଡକୁ ପିତ୍ତ ଉଠିଥିଲା । ସେ ଉତ୍‌କ୍ଷିପ୍ତ ହୋଇ ଘରର କବାଟ ଦିଆ ଧଡ଼ାରେ ମାମିନା ମୁଣ୍ଡକୁ ଏକ ଶକ୍ତ ପାହାର ଦେଇଥିଲା । ମାମିନା ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଯାଇଥିଲା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ସେପଟେ ଖବର ପାଇ ଓଡ଼ଗାଁ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ନୂଆଗାଁ ତହସିଲଦାର ପ୍ରଳୟାନନ୍ଦ ଶତପଥୀ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ପହଞ୍ଚିଥିଲେ । ଲଳିତ ସ୍ତ୍ରୀ ମାମିନାକୁ ଜୀବନରେ ମାରି ଦେଇଥିବା ସ୍ୱୀକାର କରିଥିଲା । ମାମିନାଙ୍କ ବାପା ଯୋଗେନ୍ଦ୍ର ସାହୁ ଏବଂ ପରିବାର ଲୋକେ ପହଞ୍ଚି ଝିଅକୁ ତା’ସ୍ୱାମୀ ଲଳିତ ମାରି ଦେଇଥିବା ଥାନାରେ ଅଭିଯୋଗ କରିଥିଲେ । ଏନେଇ ଓଡ଼ଗାଁ ଥାନାରେ ମାମଲା ରୁଜୁ ହୋଇଛି । ଦମ୍ପତିଙ୍କର ଏକ ୪ ବର୍ଷର ଶିଶୁପୁତ୍ର ଅଛି । ସେ ଅଜା, ଆଈଙ୍କ ପାଖରେ ରହିବ ବୋଲି ପୁଲିସ ସୂଚନା ଦେଇଛି ।

Comments are closed, but trackbacks and pingbacks are open.