ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ମଜଲିସ ଇ ଇତେହାଦୁଲ ମୁସଲିମିନ୍ (ଆଇଏଏମଆଇଏମ୍) ଅଧ୍ୟକ୍ଷ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱାସିଙ୍କ ଗାଡ଼ି ଉପରକୁ କିଛି ଦୁବୃର୍ତ ଆଜି ଗୁଳିମାଡ଼ କରିଛନ୍ତି । ଏନେଇ ଅସଦୁଦ୍ଦିନ ତାଙ୍କ ଟ୍ୱିଟର ହାଣ୍ଡେଲୁ ଏକ ଟ୍ୱିଟ୍ କରିଛନ୍ତି । ମିରଟରୁ ନିର୍ବାଚନ ପ୍ରଚାର କରି ଫେରୁଥିବା ସମୟରେ ଗାଜିଆବାଦ ନିକଟରେ ତାଙ୍କ ଗାଡ଼ି ଉପରକୁ ଗୁଳି ମାଡ଼ ହୋି ଥିବା ସେ .ଦାବି କରିଛନ୍ତି ।
ଅସଦୁଦ୍ଦିନ କରିଥିବା ତାଙ୍କ ଟ୍ୱିଟରେ ଏକ ଧଳା ଗାଡ଼ିର କବାଟରେ ଦୁଇଟି ଛିଦ୍ର ଥିବା ଦେଖିବାକୁ ମିଳୁଛି । ସେ ଏଥିରେ ଲେଖିଛନ୍ତି କି ‘କିଛି ସମୟ ପୂର୍ବରୁ ଛିଜାର୍ସୀ ଟୋଲ ଗେଟ୍ ପାଖରେ ମୋ କାର ଉପରକୁ ଗୁଳିମାଡ଼ କରାଯାଇଥିଲା । ୩ରୁ ୪ ଜଣ ଏହି ଆକ୍ରମଣ କରି ୪ ରାଉଣ୍ଡ ଗୁଳି ଚଳାଇଥିଲେ । ଗୁଳିମାଡ଼ କରି ଦୁବୃର୍ତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ମୋ ଗାଡ଼ି ଚକା ପଙ୍କଚର ହୋଇଯିବାରୁ ମୁଁ ଅନ୍ୟ ଗାଡ଼ିରେ ବସି ସେଠାରୁ ପଳାଇଥିଲି । ଆମେ ସମସ୍ତେ ସୁରକ୍ଷିତ ଅଛୁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଥିବା ଜଣାପଡ଼ିଛି ।
कुछ देर पहले छिजारसी टोल गेट पर मेरी गाड़ी पर गोलियाँ चलाई गयी। 4 राउंड फ़ायर हुए। 3-4 लोग थे, सब के सब भाग गए और हथियार वहीं छोड़ गए। मेरी गाड़ी पंक्चर हो गयी, लेकिन मैं दूसरी गाड़ी में बैठ कर वहाँ से निकल गया। हम सब महफ़ूज़ हैं। अलहमदु’लिलाह। pic.twitter.com/Q55qJbYRih
— Asaduddin Owaisi (@asadowaisi) February 3, 2022

Comments are closed.