Latest Odisha News

BREAKING NEWS

ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନଙ୍କ ଗାଡ଼ି ଉପରକୁ ୪ ରାଉଣ୍ଡ ଗୁଳିମାଡ଼, ଟ୍ୱିଟ୍ କରି ସୂଚନା ଦେଲେ

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ମଜଲିସ ଇ ଇତେହାଦୁଲ ମୁସଲିମିନ୍ (ଆଇଏଏମଆଇଏମ୍) ଅଧ୍ୟକ୍ଷ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱାସିଙ୍କ ଗାଡ଼ି ଉପରକୁ କିଛି ଦୁବୃର୍ତ ଆଜି ଗୁଳିମାଡ଼ କରିଛନ୍ତି । ଏନେଇ ଅସଦୁଦ୍ଦିନ ତାଙ୍କ ଟ୍ୱିଟର ହାଣ୍ଡେଲୁ ଏକ ଟ୍ୱିଟ୍ କରିଛନ୍ତି । ମିରଟରୁ ନିର୍ବାଚନ ପ୍ରଚାର କରି ଫେରୁଥିବା ସମୟରେ ଗାଜିଆବାଦ ନିକଟରେ ତାଙ୍କ ଗାଡ଼ି ଉପରକୁ ଗୁଳି ମାଡ଼ ହୋି ଥିବା ସେ .ଦାବି କରିଛନ୍ତି ।

ଅସଦୁଦ୍ଦିନ କରିଥିବା ତାଙ୍କ ଟ୍ୱିଟରେ ଏକ ଧଳା ଗାଡ଼ିର କବାଟରେ ଦୁଇଟି ଛିଦ୍ର ଥିବା ଦେଖିବାକୁ ମିଳୁଛି । ସେ ଏଥିରେ ଲେଖିଛନ୍ତି କି ‘କିଛି ସମୟ ପୂର୍ବରୁ ଛିଜାର୍ସୀ ଟୋଲ ଗେଟ୍ ପାଖରେ ମୋ କାର ଉପରକୁ ଗୁଳିମାଡ଼ କରାଯାଇଥିଲା । ୩ରୁ ୪ ଜଣ ଏହି ଆକ୍ରମଣ କରି ୪ ରାଉଣ୍ଡ ଗୁଳି ଚଳାଇଥିଲେ । ଗୁଳିମାଡ଼ କରି ଦୁବୃର୍ତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ମୋ ଗାଡ଼ି ଚକା ପଙ୍କଚର ହୋଇଯିବାରୁ ମୁଁ ଅନ୍ୟ ଗାଡ଼ିରେ ବସି ସେଠାରୁ ପଳାଇଥିଲି । ଆମେ ସମସ୍ତେ ସୁରକ୍ଷିତ ଅଛୁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଥିବା ଜଣାପଡ଼ିଛି ।

Comments are closed, but trackbacks and pingbacks are open.