Latest Odisha News

BREAKING NEWS

ସିନ୍ଦୁର ନେଲା ଜୀବନ

ସୁବର୍ଣ୍ଣପୁର: ସମ୍ପର୍କରେ ରକ୍ତର ଛିଟା । ଯିଏ ୭ ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିଲା, ସିଏ ନେଲା ଜୀବନ । ସଇତାନ ସାଜିଲା ସ୍ୱାମୀ । ନିଜ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଟିକ୍ରାପଡ଼ା ଗ୍ରାମରେ ।

ଟିକ୍ରାପଡ଼ା ଗ୍ରାମର ଲଛମନ ସିଂ ନିଜ ସ୍ତ୍ରୀ ସୁନୀତାଙ୍କୁ ଗତ ରାତିରେ ନିର୍ମମ ଭାବେ ହତ୍ୟା କରିଥିବା ସୁବଳୟା ଥାନାରେ ଅଭିଯୋଗ ହୋଇଛି । ଶାଶୁ ଘର ଲୋକେ ସୁନୀତାଙ୍କୁ ଟଙ୍କା ପାଇଁ ମାରି ଦେଇଥିବା ଅଭିଯୋଗ କରିଛନ୍ତି ସୁନୀତାଙ୍କ ପରିବାର । ଜ୍ୱାଇଁ ଲଛମନ ବିଭିନ୍ନ ସମୟରେ ଟଙ୍କା ମାଗୁଥିଲେ। ଗତକାଲି ମଧ୍ୟ ୩୦ ହଜାର ଟଙ୍କା ମାଗିଥିଲେ । ଟଙ୍କା ନଦେବାରୁ ଆମ ଝିଅକୁ ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଘଟଣାସ୍ଥଳରେ ସୁବଳୟା ପୋଲିସ ଓ ସାଇଣ୍ଟିଫିକ ଦଳ ପହଞ୍ଚି ଅଭିଯୋଗକୁ ଭିତ୍ତି କରି ଅଧିକ ଅନୁସନ୍ଧାନ ଚଳାଇଛି । ଏହି ଘଟଣାରେ ସ୍ୱାମୀ ଲଛମନଙ୍କ ସହ ତାଙ୍କ ପରିବାରର ମଧ୍ୟ ସମ୍ପୃକ୍ତ ଥିବା ସୁନୀତାଙ୍କ ମା’ ଅଭିଯୋଗ କରିଛନ୍ତି । ତଦନ୍ତ ଚାଲିଛି, ଘଟଣାରେ ସମ୍ପୃକ୍ତ ଥିବା ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୀରମହାରାଜପୁର ଏସଡିପିଓ କହିଛନ୍ତି ।

Leave A Reply

Your email address will not be published.