ବରଗଡ: ସାରା ଦେଶ ଦିପାବଳୀ ଉତ୍ସବ ପାଳନ କରୁଥିବା ବେଳେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ କୁସନପୁରୀ ବିଜୟା ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ଵାମୀ ନିଜେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ୨୮ ବର୍ଷିୟ କିଶୋର ଭୋଇ ଓ ୩୦ ବର୍ଷିୟ ସୁନିତା ଭୋଇ ବୋଲି ଜଣାପଡିଛି ।
ଏହି ଘଟଣା ସମ୍ପର୍କରେ ଖବର ପାଇ ସଙ୍ଗେ ସଙ୍ଗେ ଭଟଲି ଥାନାଧିକାରୀ ବିଭୂତି ଭୂଷଣ ଦଳେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଥିଲା ।
ତେବେ ସ୍ବାମୀ ସ୍ତ୍ରୀଙ୍କୁ ଛୁରୀ ଭୂସି ହତ୍ୟା କରିବା ପରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଏନେଇ ଭଟଲି ଥାନାରେ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।