Latest Odisha News

ପୁଅକୁ ଦେଖା କରିବାକୁ ଯାଇ ଆଉ ଘରକୁ ଫେରିଲେନି ବାପା; ଥାନାରେ ଅଭିଯୋଗ କଲେ ସ୍ତ୍ରୀ

ଯାଜପୁର: ଭୁବନେଶ୍ୱରରେ ପଢୁଥିବା ପୁଅକୁ ଟଙ୍କା ଦେଇ ଘରକୁ ଫେରୁଥିବା ବାପା ୫ ଦିନ ହେଲା ନିଖୋଜ ଥିବାକୁ ଅଭିଯୋଗ କରିଛନ୍ତି ସ୍ତ୍ରୀ । ନିଖୋଜ ସ୍ୱାସୀର ମୋବାଇଲ ଯାଜପୁର ପାଣିକୋଇଲି ଥାନା ସାହାପୁରରୁ ୫୦୦ ମିଟର ଦୂରରେ ସୁଇଜ ଅଫ ହୋଇଥିବା ବେସରକାରୀ ମୋବାଇଲ ଟ୍ରେସିଙ୍ଗ୍ ରୁ ଜଣାପଡିଥିବା ସ୍ତ୍ରୀ ଭଦ୍ରକ ରୁରାଲ ଥାନାରେ ଅଭିଯୋଗ କରିଥିଲେ।

ମାତ୍ର ତଦନ୍ତ ହେଉଥିବା କହି ଗତ ୫ ଦିନ ହେବ ହାତ ଯୋଡି ବସିଥିବା ସରସ୍ୱତୀ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି।

ସୂଚନୁସାରେ, ଭଦ୍ରକ ଜିଲ୍ଲା ଭଦ୍ରକ ରୁରାଲଥାନା ଚକେୟା କୁସୁନନଗର ଗ୍ରାମର ପ୍ରଦ୍ୟୁମ୍ନ ପଣ୍ଡା ଗତ ୫ ତାରିଖ ଦିନ ଭୁବନେଶ୍ୱରରେ ପାଠ ପଢ଼ୁଥିବା ପୁଅ ନିକଟକୁ ଯାଇଥିଲେ । ପୁଅକୁ ଦେଖାକରି ଘରକୁ ଫୋନ ଫେରୁଥିବା ସେ ଜଣାଇଥିବା ସୂଚନା ମିଳିଛି ।ତେବେ ସନ୍ଧ୍ୟା ଆଠ ଘଟିକା ସମୟରେ ସେ ଭୁବନେଶ୍ୱରରୁ ଆସି ଲିଙ୍କ୍ ରୋଡରେ ଘରକୁ ଯିବାକୁ ଗାଡିକୁ ଅପେକ୍ଷା କରିଥିବା ତାଙ୍କ ସ୍ତ୍ରୀ କହିଛନ୍ତି । ଏହାପରେ ତାଙ୍କର କୌଣସି ଖୋଜ ଖବର ମିଳିନଥିବା ଅଭିଯୋଗ ହୋଇଛି ।

ଏହାପରେ ପରିବାର ଲୋକେ ତାଙ୍କର କୈାଣସି ଖୋଜଖବର ନପାଇ ପରଦିନ ଭଦ୍ରକ ରୁରାଲଥାନାରେ ନିଖୋଜ ଥିବା ଅଭିଯୋଗ କରିଥିଲେ ।

Leave A Reply

Your email address will not be published.