Latest Odisha News

ରାଜଧାନୀର ଏହିସବୁ ଅଞ୍ଚଳରେ ଆସନ୍ତାକାଲି ୮ ଘଣ୍ଟା ପାଇଁ ବନ୍ଦ ରହିବ ବିଦ୍ୟୁତ ସରବରାହ

ଭୁବନେଶ୍ୱର: ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ପକ୍ଷରୁ ରାଜଧାନୀର କିଛି ଅଞ୍ଚଳରେ ଶନିବାର ଦିନ ବିଦ୍ୟୁତ କାଟ ହେବା ନେଇ ଏକ ନୋଟିସ ଜାରି କରାଯାଇଛି । ମରାମତି କାର୍ଯ୍ୟ ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସେସୁ ପକ୍ଷରୁ ସୂଚନା ମିଳିଛି ।

ସେସୁ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଶନିବାର ଦିନ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରାଜଧାନୀର ସମ୍ପୂର୍ଣ୍ଣ ଖଣ୍ଡଗିରି ଅଞ୍ଚଳ, ଭରତପୁର, କଳିଙ୍ଗନଗର, ଡୁମଦୁମା,

*ସମ୍ ହସ୍ପିଟାଲ, ଏମ୍ସ ହସ୍ପିଟାଲ, ଓ ଆମରି ହସ୍ପିଟାଲ

* ସିଆରପି ଓ କ୍ରୀଷ୍ଣା ପ୍ଲାଜ଼ା ଅଞ୍ଚଳ

* ଦଶପୁର, ଚନ୍ଦକା, ଭୋଳ, ଅନ୍ଧାରୁଆ ଓ ଜଗନ୍ନାଥପ୍ରସାଦ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ।

ଏହିସବୁ ଅଞ୍ଚଳରେ ସକାଳ ୮ ଟା ରୁ ଅପରାହ୍ନ ୪ ଟା ଯାଏଁ ବିଦ୍ୟୁତ କାଟ ହେବ ବୋଲି ସେସୁ ପକ୍ଷରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.