ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍ ଥାନା ଅନ୍ତର୍ଗତ ଜେନକେଡା ଗ୍ରାମର କଲୋନୀ ପଡାରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀର ତଣ୍ଟିକାଟି ସ୍ବାମୀ ହତ୍ୟା କରିଥିବା ଓ ଫେରାର ହୋଇଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ମିଳିଥିବା ସୂଚନା ଅନୁସାରେ, ଜେନକେଡା ଗ୍ରାମର କଲୋନୀ ପଡାରେ ଚନ୍ଦ୍ରକାନ୍ତି ସାହୁଙ୍କୁ ରାତିରେ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ତାଙ୍କର ସ୍ବାମୀ ରାମ ସାହୁ ଫେରାର ହୋଇଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ରାତିରେ ଉଭୟ ସ୍ୱମୀ ସ୍ତ୍ରୀ ଶୋଇଥିବା ସମୟରେ ଏହି ଜଘନ୍ୟ କାଣ୍ଡ ଘଟାଇ ଥିବା ଅନୁମାନ କରାଯାଉଛି ।
ତେବେ ଉକ୍ତ ମୃଦେହକୁ ଦେଖିଲେ ଏବଂ ଦୁର୍ଗନ୍ଧରୁ ଦୁଇଦିନ ପୂର୍ବରୁ ଏହି ହତ୍ୟା କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେବେ ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ଜଣାପଡୁଛି । ଘଟଣାସ୍ଥଳରେ ଗାଇସିଲେଟ୍ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।