ସୁନ୍ଦରଗଡ: ସ୍ୱାମୀ ସାଜିଲା ସୈତାନ । ଯାହାକୁ ସାତ ଜନ୍ମର ସାଥି କରିଥିଲା କ୍ଷଣକ ରାଗରେ ତାକୁ ନିର୍ମତ ଭାବରେ ହତ୍ୟା କରିଛି । ସ୍ୱାମୀର ଟାଙ୍ଗିଆ ଚୋଟରେ ଯାଇଛି ସ୍ତ୍ରୀର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲା କୋଇଡା ଥାନା ଅନ୍ତର୍ଗତ ପୋଡାଡ଼ିହି ବସ୍ତିରେ ।
ଘରୋଇ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି କୋଇଡ଼ା ଥାନା ପୋଲିସ ।
Comments are closed.