Latest Odisha News

BREAKING NEWS

୭୦ ଲକ୍ଷ ଟଙ୍କାର ଚନ୍ଦନ କାଠ ଜବତ, ୩ ଜଣଙ୍କୁ ବାନ୍ଧିଲା ଏସିଟିଏଫ୍

କଟକ: ଚୋରା ଚାଲାଣ ବେଳେ ଚନ୍ଦନ କାଠ ଜବତ । ୪ କ୍ୱିଣ୍ଟାଲ ୬୦ କେଜିର ଚନ୍ଦନ କାଠ ଜବତ ହୋଇଛି । କ୍ରାଇମବ୍ରାଞ୍ଚ ଏସଟିଏଫକୁ ଏକ ବଡ଼ ସଫଳତା ମିଳିଛି । ୩ ଜଣଙ୍କୁ ଗିରଫ କରାଯାଇଛି । କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଡାଳିଯୋଡା ଜଙ୍ଗଲରୁ ଏତେ ପରିମାଣର ମୂଲ୍ୟବାନ ଚନ୍ଦନ କାଠ ଜବତ କରିଛି ଏସଟିଏଫ୍ ।

ଜବତ ଚନ୍ଦନ କାଠର ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ସଂପୃକ୍ତ ତିନି ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଘଟଣାର ଅଧିକ ଖୋଳତାଡ ଜାରି ରହିଛି । ଅଭିଯୁକ୍ତମାନେ ଏହି ଚନ୍ଦନ କାଠକୁ କେଉଁଠିକୁ ଚାଲାଣ କରିବାର ଥିଲା ? ଏହି ରାକେଟର ଚେର କେଉଁ ଯାଏ ଲମ୍ବିଛି ? ରାଜ୍ୟ ବାହାର ଲିଙ୍କ ରହିଛି କି ନାହିଁ ? ସେନେଇ ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା ଜାରି ରହିଛି ।

Leave A Reply

Your email address will not be published.