ମୟୂରଭଞ୍ଜ:ଏ କି ସ୍ବାମୀ ! ଖାଇବା ବେଳେ ସାମାନ୍ୟ ଅଣ୍ଡା ତରକାରୀ ନଦେବାରୁ ସ୍ତ୍ରୀକୁ ଚୁଲିଫୁଙ୍କାରେ ପିଟି ପିଟି ମାରିଦେଲା ସ୍ୱାମୀ । ଏଭଳି ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନାର କୁଟଲିଂ ବନ୍ଧସାହିଂ ଗାଁରେ ।
ଖବରମୁତାବକ, ମଙ୍ଗଳବାର ମଧ୍ୟାହ୍ନରେ କାମ ସାରି ଘରକୁ ଫେରି ଖାଇବାକୁ ବସିଥିଲେ ଲମା ବାସ୍କେ । । ସ୍ତ୍ରୀ ବାସନ୍ତୀ ବାସ୍କେ ଖାଇବାକୁ ଭାତ ଏବଂ ତରକାରୀ ବାଢି ଦେଇଥିଲେ । ହେଲେ ସେ ଆଣିଥିବା ଅଣ୍ଡାର ତରକାରୀ ମାଗିଥିଲେ ଲମା । ସ୍ତ୍ରୀ ଖାଦ୍ୟରେ ଅଣ୍ଡା ତରକାରୀ ନ ଦେବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ତା’ ପରେ ଘର ଦ୍ୱାର ସମ୍ମୁଖରେ ନିର୍ଘାତ ମାଡ଼ ମାରି ପରେ ଚୁଲିଫୁଙ୍କାରେ ବାସନ୍ତୀର ମୁଣ୍ଡରେ ଆଘାତ କରିଥିଲା ସ୍ୱାମୀ ଲମା । ଫଳରେ ଘଟଣାସ୍ଥଳରେ ବାସନ୍ତୀର ମୃତ୍ୟୁ ହୋଇଥିଲା ।
ଖବର ପାଇ ପୋଲିସ ଗାଁରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀ ଲମାକୁ ଗିରଫ କରିଛି।
Comments are closed.