Latest Odisha News

BREAKING NEWS

ସ୍ତ୍ରୀକୁ ହତ୍ୟା କରି କୂଅରେ ଫିଙ୍ଗିଲା ସୈତାନ ସ୍ୱାମୀ

ବାରିପଦା : ସ୍ତ୍ରୀକୁ ହତ୍ୟା କରି କୂଅରେ ଫିଙ୍ଗିଲା ସୈତାନ ସ୍ୱାମୀ । କୂଅ ଭିତରୁ ଉଦ୍ଧାର ହେଲା ମୃତ ଦେହ । ଏହି ଘଟଣା ଘଟିଛି ବ।ରିପଦା ବୈଦିପୁର ଗାଁରେ ।

କିଛି ଦିନ ତଳେ ମୁନସୀ ମାରାଣ୍ଡିଙ୍କ ସ୍ତ୍ରୀ କର୍ମୀ ମାରାଣ୍ଡିଙ୍କ ମଧ୍ୟରେ ମଧ୍ୟରେ ସାମାନ୍ୟ କଥାରୁ ବଚସା ହୋଇଥିଲା । ଆଉ ଏହି ବଚସା କାରଣରୁ ମହିଳା ଜଣଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।  ସ୍ତ୍ରୀକୁ ହତ୍ୟା କରି ଶବକୁ ଲୁଚେଇବା ପାଇଁ  କୂଅରେ ଫିଙ୍ଗିଦେଲା  ହତ୍ୟାକାରୀ ସ୍ବାମୀ ।

ଏକ ପରିତ୍ୟକ୍ତ କୂଅରୁ ଦୁର୍ଗନ୍ଧ ବାହାରୁଥିବା ଜାଣି କିଛି ଲୋକ କୂଅ ପାଖକୁ ଯାଇ କୂଅ ଭିତରେ ଜଣେ ମହିଳାଙ୍କ ଶବ ଭାସୁଥିବା ଦେଖିବାକୁ ପାଇଥିଲେ । ଲୋକମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଶବକୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଏହି ଘଟଣାରେ ସ୍ବାମୀ ମୁନସୀ ମାରାଣ୍ଡିଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜରି ରଖିଛି ।ଘଟଣାସ୍ଥଳରେ ବାରିପଦା ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 

Leave A Reply

Your email address will not be published.