Latest Odisha News

ମମିତା ହତ୍ୟାକାଣ୍ଡ ଘଟଣାରେ ଆସନ୍ତା ୧୨ ତାରିଖରେ ପୁଣି କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର : ମମିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା । ଚଳିତ ମାସ ୧୨ ତାରିଖରେ କଂଗ୍ରେସ ପକ୍ଷରୁ ସକାଳ ୬ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯିବ। ମମିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ଏହି ବନ୍ଦ ଡାକରା ଦେବ ବୋଲି ଜିଲ୍ଲା କଂଗ୍ରେସ ମୁଖପାତ୍ର ସଞ୍ଜୀବ ମହାନ୍ତି ସୂଚନା ଦେଇଛନ୍ତି। ଅନ୍ୟପଟେ ମମିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ କଂଗ୍ରେସର ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ ସଭାପତି ୟଶୀର ନୱାଜ କହିଛନ୍ତି।

ଏ ସଭା ପରେ ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ ଦାଶ ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ମମିତା ମେହର ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ତଥା ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ସହ ତୁରନ୍ତ ଗିରଫ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବିରେ ଓଡିଶା ବନ୍ଦ ଡାକରାକୁ ପୂର୍ଣ୍ଣ ମାତ୍ରାରେ ସଫଳ କରିବାକୁ ଭୁବନେଶ୍ୱରର ସବୁ ସ୍ଥାନରେ ଜୋରଦାର ଆନ୍ଦୋଳନ କରାଯିବ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରକାଶ କରିଥିଲେ।

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ବିଶ୍ଵଜୀତ ଦାଶ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଓଡିଶା ବନ୍ଦର ରୂପରେଖ ଉପରେ ଆଲୋଚନା କରା ଯାଇଥିଲା ଏହି ପରିପେକ୍ଷିରେ ଏହି ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣଙ୍କ ଅକୁଣ୍ଠ ସାହାଯ୍ୟ ସହଯୋଗ କାମନା ସହ ମମିତା ପରିବାର କୁ ନ୍ୟାୟ ଦେବା ପାଇଁ ଏହି ବନ୍ଦ କୁ ସମର୍ଥନ କରିବାକୁ ବନ୍ଦ ରେ ସାମିଲ ହେବାପାଇଁ ଆବାଳ ବୃଦ୍ଧବନିତାଙ୍କୁ ଆହ୍ୱାନ କରିଛନ୍ତି ଶ୍ରୀଯୁକ୍ତ ଦାଶ । ଅନ୍ୟପଟେ ୧୯ ତାରିଖ ଜିଲ୍ଲା କାର୍ଯ୍ୟକାରିଣୀ ସମ୍ପର୍କିତ ପ୍ରସ୍ତୁତି ବୈଠକ ମଧ୍ୟ ଆଜି କଂଗ୍ରେସ ଭବନ ପରିସରେ ଅନୁଷ୍ଠିତ ହୋଇଯାଇଛି।

 

Leave A Reply

Your email address will not be published.