Latest Odisha News

BREAKING NEWS

ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ତାଳଚେର : ଘରୋଇ କଳିର କୁ ପରିଣତି । ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ ।ତାଳଚେର ବଙ୍ଗାଲିତଇଲା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ପାରିବାରିକ କଳହ ଯୋଗୁଁ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛି । ଶୁକ୍ରବାର ସକାଳେ ଗାଁର ଜୀବନ ବେହେରା ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଇଥିଲା । ପାରିବାରିକ ସମସ୍ୟାକୁ ନେଇ ଝଗଡା ବଢିବାରେ ଲାଗିଥିଲା ।

ଝଗଡା ବେଳେ ଉତକ୍ଷିପ୍ତ ହୋଇ ଜୀବନ ଏକ ଟାଙ୍ଗିଆରେ ତାଙ୍କ ସ୍ତ୍ରୀ ଉପରେ ଚୋଟ ପକାଇଥିଲେ । ଟାଙ୍ଗିଆ ଚୋଟରେ ଘଟଣା ସ୍ଥଳରେ ହିଁ ହୀନଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ତାଳଚେର ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ହତ୍ୟାକାରୀ ସ୍ୱାମୀ ଜୀବନକୁ ପୁଲିସ ଅଟକ ରଖିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରଛି । ଘଟଣା ନେଇ ପୁଲିସର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.