Latest Odisha News

BREAKING NEWS

ଗର୍ଭବତୀଙ୍କ ସ୍ୱାମୀଙ୍କୁ ଡାକ୍ତର ଦୁର୍ବ୍ୟବହାର କରିଥିବା ଅଭିଯୋଗ

ରାୟଗଡା : ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀ ମହିଳାଙ୍କ ସ୍ୱାମୀଙ୍କୁ ଡାକ୍ତର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛିା ମହିଳାଙ୍କ ସ୍ୱାମୀ ଲିଙ୍ଗରାଜ ବାଗ ଏପରି ଅଭିଯୋଗ ଆଣିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ କୁଟ୍ରାଗଡ ଗ୍ରାମରେ ଗର୍ଭବତୀ ମହିଳାଙ୍କ ଅଲଟ୍ରା ସାଉଣ୍ଡ କରିବା ପାଇଁ ତାଙ୍କ ପତି ବହୁ ସମୟ ଧରି ଅପେକ୍ଷା କରିଥିଲେ ।

ତାଙ୍କ ସ୍ୱାମୀ ଡାକ୍ତର ଜିତେନ୍ଦ୍ର ପାଣିଗ୍ରାହୀଙ୍କୁ ଶିଘ୍ର ଅଲଟ୍ରାସାଉଣ୍ଡ କରିବା ପାଇଁ ଅନୁରୋଧ କରିଥିଲେ । ହେଲେ ଡାକ୍ତର ତାଙ୍କ କଥା ନଶୁଣି ତମ ଚୁଆ ମରୁ କି ତମେ ମର ଆମର କଣ ଅସୁବିଧା ଅଛି ବୋଲି କହିଥିବା ଗର୍ଭବତୀଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି ।

ସେପଟେ ଡାକ୍ତର ଜଣକ କହିଛନ୍ତି କି ରୋଗୀଙ୍କୁ ଚିକିତ୍ସା କରୁଥିବା ବେଳେ ଯୁବକ ଜଣକ ଆସି ପ୍ରଥମେ ତାଙ୍କ ପତ୍ନୀଙ୍କୁ ଦେଖିବାକୁ କହିଥିଲେ ।ଡାକ୍ତର ଅପେକ୍ଷା କରନ୍ତୁ ବୋଲି କହିବାପରେ ଯୁବକ ଜଣକ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଡାକ୍ତର କହିଛନ୍ତି ।

Comments are closed.