Latest Odisha News

BREAKING NEWS

ବିବାହ ସାର୍ଟିଫିକେଟ ଟାଟୁ କରି ପତ୍ନୀଙ୍କୁ ସରପ୍ରାଇଜ୍ ଗିଫ୍ଟ

ଫେବୃଆରୀ ୧୪ ତାରିଖରେ ପ୍ରେମୀଯୁଗଳ ଧୁମ୍‌ଧାମରେ ଭାଲେଣ୍ଟାଇନ୍ ଡ଼େ ପାଳନ କରିଛନ୍ତି । ଉଭୟ ଉଭୟଙ୍କୁ ଦାମି ଉପହାର ମଧ୍ୟ ଦେଇଛନ୍ତି । ହେଲେ ଏହି ଦିବସରେ ଏମିତି ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ଅଜବ ଉପହାର ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଯୁବକ ଜଣକ କ’ଣ ଉପହାର ଦେଇଥିଲେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଥାଇଲାଣ୍ଡର ସରାବୁଲି ସହରର ଜଣେ ଟାଟୁ ଆର୍ଟିଷ୍ଟ ସୋସିଆଲ ମିଡ଼ିଆରେ ଏହି ଗିପ୍ଟର ଏକ ଭିଡ଼ିଓ ଓ ଫଟୋ ମଧ୍ୟ ସେୟାର କରିଛନ୍ତି । ଏଥିରେ ଜଣେ ଯୁବକଙ୍କ ହାତରେ ଏକ ସାର୍ଟିଫିକେଟର ଟାଟୁ ହୋଇଥିବା ଦେଖାଯାଉଛି । ଯୁବକ ଜଣକ ୮ ବର୍ଷ ତଳେ ବିବାହ କରିଥିଲେ । ଭାଲେଣ୍ଟାଇନ ଡ଼େରେ ସେ ନିଜ ପତ୍ନୀଙ୍କୁ କିଛି ସରପ୍ରାଇଜ୍ ଗିଫ୍ଟ ଦେବାକୁ ଚିନ୍ତା କରିଥିଲେ । ଅନେକ ଚିନ୍ତା କଲା ପରେ ପତ୍ନୀଙ୍କୁ ଗିଫ୍ଟ ଦେବା ନେଇ ନିଷ୍ପତ୍ତି ନେଲେ । ଉଭୟଙ୍କ ବିବାହର ସାର୍ଟିଫିକେଟକୁ ନିଜ ହାତରେ ଟାଟୁ କଲେ । ସ୍ୱାମୀଙ୍କ ହାତରେ ଏପରି ଟାଟୁ ଦେଖି ତାଙ୍କ ପତ୍ନୀ ଖୁସି ହେବା ସହିତ ଆଶ୍ଚର୍ଯ୍ୟ ବି ହୋଇଥିଲେ । ଏହି ଟାଟୁ ସେମାନଙ୍କ ପ୍ରେମର ପ୍ରତୀକ ବୋଲି ଯୁବକକହିଛନ୍ତି । ଏହା ଥିଲା ତାଙ୍କ ପାଇଁ ସବୁଠାରୁ ବଡ଼ ଗିଫ୍ଟ । ଭିଡିଓ ଓ ଫଟୋ ଚେୟାର କରିଥିବା ଟାଟୁ ଆର୍ଟିଷ୍ଟ ଜଣକ କହିଛନ୍ତି, ଉକ୍ତ ଯୁବକଙ୍କ ହାତରେ ଏହି ଟାଟୁ ତିଆରି କରିବାକୁ ପ୍ରାୟ ୮ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ।

Leave A Reply

Your email address will not be published.