Latest Odisha News

ବଦଳୁଛି କି ଗୋପାଳର ମନ ? ଜେଲରେ ପଢ଼ୁଛି ଭାଗବତ

କଟକ: ଗୋପାଳର ମନରେ ଆସୁଛି କି ପରିବର୍ତ୍ତନ ? ନବ ଦାସଙ୍କୁ ହତ୍ୟା ପରେ କରୁଛି କି ପଶ୍ଚାତାପ । ନାର୍କୋ ଓ ପଲିଗ୍ରାଫ୍ ଟେଷ୍ଟ ଲାଗି କ୍ରାଇମବ୍ରାଞ୍ଚ ୧୦ ଦିନ ତଳେ ଗୋପାଳକୁ ଗୁଜରାଟ ନେଇଥିଲା । ସେତେବେଳେ ଗୋପାଳର ହସ ହସ ମୁହଁ କହୁଥିଲା ଗୁଳି କରିବା ପରେ ବି ତା ମନରେ ପଶ୍ଚାତାପର ଚିହ୍ନବର୍ଣ୍ଣ ନାହିଁ ।

ନାର୍କୋ ଟେଷ୍ଟ ପରେ ଗାନ୍ଧୀ ନଗରରୁ ଝାରସୁଗୁଡ଼ା ଫେରିବା ପରେ ସ୍ଥାନାନ୍ତର ହୋଇ ଗୋପାଳ ଏବେ କଟକ ଚୌଦ୍ୱାର ଜେଲରେ । ଚୌଦ୍ୱାର ଜେଲର ୩ ନମ୍ବର ସେଲରେ ଥିବା ଗୋପାଳ ଏବେ ବି ପୂର୍ବଭଳି ଖବରକାଗଜ ପଢ଼ୁଛି । ତା ସେଲରେ ଲାଗିଥିବା ଏଲଇଡି ଖରାପ ହୋଇ ଯାଇଥିବାରୁ ସିରିଏଲ୍ ଦେଖିବା ଲାଗି ବାରମ୍ବାର ଜେଲ୍ କର୍ତ୍ତୃପକ୍ଷଙ୍କୁ କହୁଛି ।

ଗୁରୁବାର ଜେଲ୍ କର୍ତ୍ତୃପକ୍ଷଙ୍କୁ ଗୋପାଳ ଭାଗବତ ସହ ସ୍ୱାମୀ ବିବେକାନନ୍ଦଙ୍କ ବହି ମାଗିଥିବା ବେଳେ ବେଶୀ ସମୟ ଭାଗବତ ପଢ଼ୁଥିବା ସୂଚନା ମିଳିଛି । ଯାହାକୁ ନେଇ ଚର୍ଚ୍ଚା ହେଉଛି ବଦଳୁଛି ଗୋପାଳ ଦାସର ମନ । ହେଲେ ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଗୋପାଳ ଠାରେ ବ୍ୟସ୍ତ ବିବ୍ରତର କୌଣସି ଲକ୍ଷଣ ନାହିଁ ।

ଅନ୍ୟପଟେ ଗୁଜରାଟରେ ହୋଇଥିବା ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟର ରିପୋର୍ଟ ଏଯାଏ ଆସି ନାହିଁ । ରିପୋର୍ଟ ଆସିବା ପରେ ହିଁ ଜଣା ପଡ଼ିବ ଗୋପାଳ ଗୁଳିର ମୋଟିଭ୍ ।

Leave A Reply

Your email address will not be published.