ବିବାହ ଏକ ପବିତ୍ର ବନ୍ଧନ । ଏହାକୁ ସାତ ଜନ୍ମର ସମ୍ପର୍କ ବୋଲି କୁହାଯାଏ । ତଥାପି ଆଜିକାଲି ଅଧିକାଂଶ ଲୋକେ ଏକାଧିକ ଥର ବିବାହ କରିଥିବା ଘଟଣା ନଜରକୁ ଆସେ । ଏମିତି ଜଣେ ଦମ୍ପତିଙ୍କ ବିଷୟରେ ଆଜି ଆମେ ଚର୍ଚ୍ଚା କରିବା, ଯିଏ ସେମାନଙ୍କ ବିବାହକୁ ନେଇ ସବୁଠି ଚର୍ଚ୍ଚିତ । ଚର୍ଚ୍ଚାର କାରଣ ପୁରୁଷ ବ୍ୟକ୍ତି ଜଣକ ମୋଟ ୨୯ ଜଣ ମହିଳାଙ୍କୁ ବିବାହ କରିଥିବା ବେଳେ ତାଙ୍କ ଶେଷତମ ପତ୍ନି ୨୩ ଜଣଙ୍କୁ ବିବାହ କରିଛନ୍ତି ।
ଆମେରିକାର କାଲିଫର୍ଣ୍ଣିଆର ରେଡଲାଣ୍ଡର ବାସିନ୍ଦା ଗ୍ଲିନ୍ ୱଲେ୍ଫ । ୧୯୨୭ ମସିହାରେ ସେ ପ୍ରଥମ ବିବାହ କରିଥିଲେ । ବିବାହର କିଛିଦିନ ସେ ହସଖୁସିରେ କାଟିବା ପରେ ଦ୍ୱିତୀୟ ବିବାହ କରିଥିଲେ । ଏମିତି ଜଣକ ପରେ ଜଣେ ମୋଟ ୨୯ ଜଣଙ୍କୁ ବିବାହ କରିଥିଲେ ଗ୍ଲିନ୍ । ୧୯୯୬ରେ ସେ ଶେଷ ବିବାହ କରିଥିଲେ ଓ ଏହି ବିବାହର ଏକ ବର୍ଷ ପରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏବେ ତାଙ୍କର ମୋଟ ୪୧ ଜଣ ସନ୍ତାନ ଅଛନ୍ତି । ସ୍ୱର୍ଗତ ଗ୍ଲିନ୍ ତାଙ୍କର ୨୮ତମ ପତ୍ନୀଙ୍କ ସହିତ ସର୍ବାଧିକ ସମୟ ବିତାଇଥିବା ବେଳେ ଶେଷ ପତ୍ନୀଙ୍କ ସହିତ ସବୁଠାରୁ କମ ୧୧ ଦିନ ହିଁ କାଟିଥିଲେ ।
ଗ୍ଲିନ୍ଙ୍କ ଶେଷ ପତ୍ନୀ ଥିଲେ ଲିଣ୍ଡା ୱଲ୍ଫେ । ଲିଣ୍ଡାଙ୍କୁ ଯେତେବେଳେ ସେ ବିବାହ କଲେ, ତାହା ପୂର୍ବରୁ ଲିଣ୍ଡା ୨୨ଟି ବିବାହ କରି ସାରିଥିଲେ । ଅର୍ଥାତ୍ ଗ୍ଲିନ୍ଙ୍କ ସହିତ ଲିଣ୍ଡାଙ୍କର ୨୩ତମ ବିବାହ ଥିଲା । ଲିଣ୍ଡା ୧୬ ବର୍ଷ ବୟସରେ ପ୍ରଥମ ବିବାହ କରିଥିଲେ । ସେ ଅପରାଧୀଙ୍କଠାରୁ ଆରମ୍ଭ କରି ସଂଗୀତଜ୍ଞ, ପ୍ଲମ୍ବର, ଆଦିଙ୍କୁ ନିଜର ସ୍ୱାମୀ ଭାବେ ଗ୍ରହଣ କରିଛନ୍ତି । ତାଙ୍କର ସବୁଠାରୁ କମ୍ ବିବାହ ୩ ଦିନ ଥିଲା ।
Comments are closed.