Latest Odisha News

BREAKING NEWS

ଅଷ୍ଟ୍ରେଲିଆ ୨୬୩ରେ ଅଲଆଉଟ, ଭାରତ ୨୧/୦

ନୂଆଦିଲ୍ଲୀ: ଏଠାରେ ଅନୁଷ୍ଠିତ ଭାରତ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୬୩ ରନରେ ଅଲଆଉଟ ହୋଇଯାଇଛି । ଜବାବରେ ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ଭାରତ କୌଣସି ୱିକେଟ ନ ହରାଇ ୨୧ ରନ ସଂଗ୍ରହ କରିଛି । ଘରୋଇ ଦଳ ଏବେ ବି ଭ୍ରମଣକାରୀ ଟିମଠାରୁ ୨୪୨ ରନ ପଛରେ ରହିଛି । ରୋହିତ ଶର୍ମା ୧୩ ଓ କେଏଲ ରାହୁଲ ୪ ରନ କରି ଅପରାଜିତ ରହିଛନ୍ତି । ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା । ଉସମାନ ଖ୍ୱାଜା ୮୧ ଓ ପିଟର ହ୍ୟାଣ୍ଡସକମ୍ବଙ୍କ ୭୨(ନଟଆଉଟ) ରନ ସହାୟତାରେ ଦଳ ୨୬୩ ରନର ଆଭରେଜ ସ୍କୋର କରିଥିଲା । ପ୍ୟାଟ କୁମିନ୍ସ ୩୩ ରନର ଇନିଂସ ଖେଳିଥିଲେ ।

ପ୍ରଥମ ଦିବସରୁ ଏହି ପିଚରେ ସ୍ପିନ ଧରିବା ଆରମ୍ଭ ହୋଇଛି । ଆର.ଅଶ୍ୱୀନ ଓ ରବୀନ୍ଦ୍ର ଜାଡେଜା ୩ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିବା ବେଳେ ମହମ୍ମଦ ସାମି ୪ଟି ୱିକେଟ ହାସଲ କରିଛନ୍ତି । ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା । ପ୍ରଥମ ଟେଷ୍ଟରେ ଭାରତ ବିଜୟ ହାସଲ କରି ୪ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ।

Leave A Reply

Your email address will not be published.