Latest Odisha News

BREAKING NEWS

ଟ୍ରେନ ଲାଇନ କଡରୁ ମିଳିଲା ତେଲେଙ୍ଗାନାର ୬ ବର୍ଷୀୟା ଦୁଷ୍କର୍ମ ଅଭିଯୁକ୍ତର ଶବ !

ହାଇଦ୍ରାବାଦ: ତେଲେଙ୍ଗାନାର ବହୁ ଚର୍ଚ୍ଚିତ ୬ ବର୍ଷୀୟା ବାଳିକା ଦୁଷ୍କର୍ମ ଓ ହତ୍ୟାର ମୁଖ୍ୟ ଅଭିଯୁକ୍ତର ଶବ ରେଳ ଲାଇନ କଡରେ ମିଳିଛି । ତେଲେଙ୍ଗାନା ଡିଜିପି ଶବ ଅଭିଯୁକ୍ତ ପି ରାଜୁ (୩୦ ବର୍ଷ)ର ବୋଲି ସ୍ପଷ୍ଟ କରିଛନ୍ତି । ଶରୀରର ଟାଟ୍ଟୁରୁ ଅଭିଯୁକ୍ତକୁ ଚିହ୍ନଟ କରାଯାଇ ପାରିଛି । ତେବେ ହାଇଦ୍ରାବାଦ ସରକାର ଓ ପୋଲିସ ବିପକ୍ଷରେ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି । ୨ ଦିନ ତଳେ ଶାସକ ଦଳର ମନ୍ତ୍ରୀ ମଲ୍ଲା ରେଡ୍ଡୀ ଅଭିଯୁକ୍ତକୁ ଏକାଂଉଟର କରାଯିବ ବୋଲି ଏକ ସଭାରେ କହିଥିଲେ ।

ତେଲେଙ୍ଗାନା ପୋଲିସ ରାଜୁକୁ ଗିରଫ କରିବା ପାଇଁ ୧୫ଟି ଟିମ ଗଠନ କରିଥିଲା । ଅପରପକ୍ଷରେ ଅଭିଯୁକ୍ତଙ୍କ ମାଆ ପୋଲିସ ତାଙ୍କ ପୁଅକୁ ମାରିଛି ବୋଲି କହିଛନ୍ତି । ଘଟଣାର ତଦନ୍ତ ଜାରୀ ରହିଛି । ଏହି ଦୁଷ୍କର୍ମ ଘଟଣା ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଥିଲା ।

Leave A Reply

Your email address will not be published.