Latest Odisha News

ୟୁଏଇରେ ଆଇପିଏଲ: ୭୫୦ ହୋଟେଲ ଷ୍ଟାଫଙ୍କ କରାଗଲା କୋଭିଡ ଟେଷ୍ଟ

ଦୁବାଇ: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୟୁଏଇ ଏବେ ଚଳ ଚଂଚଳ । କରୋନା ମହାମାରୀର ମୁକାବିଲା ପାଇଁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ଖେଳାଳିମାନେ ୟୁଏଇରେ ପଂହଚିବା ପୂର୍ବରୁ ୧୪ ହୋଟେଲର ୭୫୦ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯାଇଛି । ଏହା ବ୍ୟତୀତ ଲିଗକୁ ସୁଚାରୁରୂପେ ପରିଚାଳନା ପାଇଁ ଏର୍ମେଜେନ୍ସି ମେଡିକାଲ ସର୍ଭିସ, ସ୍ପୋର୍ଟ୍ସ ମେଡିସିନ ସପୋର୍ଟ, ଡକ୍ଟର ଅନ କଲ, ଆମ୍ବୁଲାନ୍ସ, ଏୟାର ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇ ସାରିଛି ।

ସେହିପରି ମେଡିକାଲ ସପୋର୍ଟ ପାଇଁ ୧୦୦ ମେମ୍ବର୍ସ ଟିମ ଘୋଷଣା କରାଯାଇଛି । ପ୍ରତ୍ୟେକ ମ୍ୟାଚ ପାଇଁ ୨ଟି ମେଡିକାଲ ଟିମ ଉପଲବ୍ଧ ରହିବେ । ଟୁର୍ଣ୍ଣାମେଂଟ ସମୟରେ ୩୦ ହଜାର କରୋନା ଟେଷ୍ଟ କରାଯିବ । ଏଥର ଷ୍ଟାଡିୟମରେ ଦର୍ଶକ ଉପସ୍ଥିତ ରହିବା ପାଇଁ ବ୍ୟବସ୍ଥା କରାଯାଇଥିବାରୁ ୟୁଏଇ ଏବଂ ବିିସିସିଆଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.