ଭୁବନେଶ୍ୱର: ବନ୍ୟା ପ୍ରଭାବିତ ହାଇଦ୍ରାବାଦ ଏବଂ ତେଲେଙ୍ଗାନାର କିଛି ଅଞ୍ଚଳରେ ରିଲିଫ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି।
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବୁଧବାର ଟୁଇଟ୍ କରି କହିଛନ୍ତି, “ହାଇଦ୍ରାବାଦ / ତେଲେଙ୍ଗାନାର କିଛି ଅଂଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।
ହାଇଦ୍ରାବାଦ/ ତେଲେଙ୍ଗାନାରେ ଆସିଥିବା ଏହି ପ୍ରଳୟକାରୀ ବନ୍ୟାରେ ସରକାରୀ ରିପୋର୍ଟ ଅନୁଯାୟୀ ୫୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ଲୋକ ବାସହୀନ ହୋଇଛନ୍ତି।
କେବଳ ହାଇଦ୍ରାବାଦରେ ୩୩ ଜଣ ପ୍ରାଣ ହରାଇଛନ୍ତି ଏବଂ ୩୭,୪୦୯ ପରିବାର ପ୍ରଭାବିତ ହୋଇଛନ୍ତି । ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ବନ୍ୟାରେ ସମ୍ପୂର୍ଣ୍ଣ ସହର ପାଖାପାଖି ୬୭୦କୋଟି ଟଙ୍କାର କ୍ଷତି ସହିଛି।
Comments are closed.