Latest Odisha News

BREAKING NEWS

‘ଯୋଗ’ ଶବ୍ଦର ପ୍ରକୃତ ସଂଜ୍ଞା କ’ଣ, ଜାଣନ୍ତୁ

ଭୁବନେଶ୍ୱର: ଯୋଗ’ ଶବ୍ଦଟି କାନରେ ପଡ଼ିବା ମାତ୍ରେ ଜଣେ ବ୍ୟକ୍ତି ବିଭିନ୍ନ ପ୍ରକାରର ନିୟନ୍ତ୍ରିତ ଶାରୀରିକ ଭଙ୍ଗୀ ତଥା ଅଙ୍ଗଚାଳନା କରୁଥବାର ଚିତ୍ର ଆମ ମନରେ ଭାସିଉଠେ । ଅଧିକାଂଶ ବ୍ୟକ୍ତି ଭାବନ୍ତି ଯୋଗ ହେଉଛି କେତୋଟି ଆସନ ଓ ପ୍ରାଣାୟାମର ନିୟମିତ ଅଭ୍ୟାସ । କିନ୍ତୁ ଯୋଗାଭ୍ୟାସ ଏତିକିରେ ସୀମିତ ନୁହେଁ ।

ଯୋଗର ଅର୍ଥ ମିଳନ, ସଂଯୋଗ । ଗଣିତରେ ଆମେ ଯୋଗ ଶବ୍ଦଟି ସହ ପରିଚିତ । ଗଣିତ ଓ ବିଜ୍ଞାନରେ ଯୋଗ କରିବାର ଅର୍ଥ ମିଶାଣ । ଗଣିତ ପଢିବା ବେଳେ ଆମେ ବି ଶିକ୍ଷକଙ୍କ ମୁଖରୁ ଶୁଣିଛୁ ଏହି ଯୋଗ ଶବ୍ଦ। ଦେହ ବା ଶରୀର ପରିପ୍ରେକ୍ଷୀରେ ଆମେ ଯେଉଁ ଯୋଗସାଧନା କଥା କହିଥାଉ, ତାହା ଗଣିତରେ କୁହାଯାଉଥବା ଯୋଗର ଅର୍ଥଠାରୁ ଆଦୌ ଭିନ୍ନ ନୁହେଁ ।

ଯୋଗଚର୍ଚ୍ଚା ବା ଯୋଗବ୍ୟାୟାମ ହେଉଛି ଏକ ପ୍ରାଚୀନ ଭାରତୀୟ ଶରୀରଚର୍ଚ୍ଚା ଓ ଭାରତ ଏହାର ଜନ୍ମଭୂମି । ଦୈନନ୍ଦିନ ଜୀବନରେ ଯୋଗଚର୍ଚ୍ଚାର କୌଣସି ବିକଳ୍ପ ନାହିଁ । ଭାରତର ମୁନିଋଷି, ଯୋଗୀ ଓ ତପସ୍ଵୀମାନେ ପ୍ରତିଦିନ ଯୋଗସାଧନା ମାଧ୍ୟମରେ ନିଜର ଦେହ ଓ ମନକୁ ସମ୍ପର୍ଣ୍ଣ ସୁସ୍ଥ ରଖିପାରୁଥିଲେ । ଫଳରେ ସେମାନେ ଥିଲେ। ଦୀର୍ଘଜୀବୀ । ଏପରିକି ସେମାନେ ପ୍ରାପ୍ତ ହୋଇଥିଲେ ଅସାଧାରଣ ଐଶୀ ଶକ୍ତି ।

ଆଜିର ଯୁଗରେ ମାନସିକ ଚାପ ବା ଷ୍ଟ୍ରେସ୍ ଏକ ଅପ୍ରତିହତ ଶତ୍ରୁ ରୂପେ ଉଭା ହୋଇଛି । ଶାରୀରିକ ଶ୍ରମ ପ୍ରତି ବୃଦ୍ଧି ପାଇଚାଲିଛି ଜନସାଧାରଣଙ୍କ ବିମୁଖତା । ଫଳରେ ଉଚ୍ଚରକ୍ତଚାପ, ହୃଦରୋଗ, ଷ୍ଟ୍ରୋକ, ଡାଇବେଟିସ୍, ଗଣ୍ଠିବାତ, ଆଜମା, କ୍ୟାନସର ଆଦି ଅଣସଂକ୍ରାମକ, ଦୀର୍ଘକାଳିନ ରୋଗଗୁଡ଼ିକର ହାର ମଧ୍ୟ ବୃଦ୍ଧି ପାଇଚାଲିଛି ।

ଏହି ସମସ୍ୟାର ସହଜ ସମାଧ୍ୟାନ ହେଉଛି ଯୋଗସାଧନା । କାରଣ ଯୋଗ ହିଁ ଅସ୍ଵାଭାବିକ ମାନସିକ ଚାପର ଏକମାତ୍ର ସରଳ ଉପଚାର । ମାନସିକ ଚାପ ତଥା ତଜ୍ଜନିତ ଶାରୀରିକ, ମନସ୍ତାତ୍ତ୍ୱିକ ଓ ସାମାଜିକ ଅସୁସ୍ଥତାକୁ ଦୂର କରିବାରେ ଯୋଗସାଧନାର ବିକଳ୍ପ ନାହିଁ ।

ଯୋଗକୁ ଉପଭୋଗ କରିପାରିଲେ ଜୀବନସାରା ଯୋଗ କରିବା ପ୍ରତି ସମସ୍ତେ ପ୍ରଲୁବ୍ଧ ହୋଇପାରିଲେ ଓ ଆଜୀବନ ଯୋଗ କରିଚାଲିବେ । ଏପରି କି ଭିନ୍ନକ୍ଷମ ବ୍ୟକ୍ତିମାନେ ମଧ୍ୟ କେତେକ ସୁନିର୍ବାଚିତ ଯୋଗ ପଦ୍ଧତି ଅବଲମ୍ବନ କରିବା ପାଇଁ ସମର୍ଥ । ଜାଣିରଖନ୍ତୁ ଯେ ଯୋଗ କୌଣସି ଧର୍ମୀୟ ଚର୍ଚ୍ଚା ନୁହେଁ । ଧର୍ମସହ ଏହାର କୌଣସି ସମ୍ପର୍କ ନାହିଁ । ଯୋଗ କେବଳ ଶରୀର ଓ ମନକୁ ସୁସ୍ଥ ରଖୁବାର ଏକ ଦୈନନ୍ଦିନ ପ୍ରକ୍ରିୟା ବା କର୍ମପଦ୍ଧତି ଏବଂ ଏହା ସମ୍ପୂର୍ଣ୍ଣ ଭାବରେ ଏକ ବ୍ୟକ୍ତିଗତ ସାଧନା ।

Leave A Reply

Your email address will not be published.