Latest Odisha News

BREAKING NEWS

ଜୁଲାଇରୁ ଆରମ୍ଭ ହେଲାଣି ତୃତୀୟ ଲହର; ରିପୋର୍ଟ

ହାଇଦ୍ରାବାଦ: ସମଗ୍ର ବିଶ୍ବରେ କରୋନା ଦ୍ବିତୀୟ ତରଙ୍ଗ ନଥମୁଣୁ ତୃତୀୟ ଲହରକୁ ଆଶଙ୍କା ବୃଦ୍ଧି ପାଇଛି। ବିଭିନ୍ନ ବୈଜ୍ଞାନିକଙ୍କ ମତନୁଯାୟୀ ଅଗଷ୍ଟ ମଧ୍ୟ ଭାଗରୁ ଶେଷ ମଧ୍ୟରେ ତୃତୀୟ ଲହର ଆସିବ ଏବଂ ଏହା ସେପ୍ଟେମ୍ବରୁ ଅକ୍ଟୋବର ମଧ୍ୟରେ ଶିଖର ଛୁଇଁବ ବୋଲି ତଥ୍ୟ ପ୍ରକାଶ ପାଇଛି।

ତେବେ ହାଇଦ୍ରାବାଦର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ ମତନୁଯାୟୀ ଗତ ୧୫ ମାସ କୋଭିଡର ସଂକ୍ରମଣ ଏବଂ ମୃତ୍ୟୁର ଦୈନିକ ତଥ୍ୟକୁ ଆଧାର କରି ସେ କହିଛନ୍ତି ଯେ କରୋନାର ତୃତୀୟ ତରଙ୍ଗ ଜୁଲାଇ ୪ ରୁ ଆସିସାରିଲାଣି।

ବ୍ୟାପକ ସତର୍କତା ଗ୍ରହଣ ନକଲେ ସ୍ଥିତି ନିୟନ୍ତ୍ରଣରୁ ବାହାରିଯିବ ବୋଲି ସେ କହିଛନ୍ତି। ଏହି ବିଶେଷଜ୍ଞ ଜଣଙ୍କ ହେଲେ ୟୁନିଭର୍ସିଟି ଅଫ୍ ହାଇଦ୍ରାବାଦର ପ୍ରୋ-ଭାଇସ ଚାନସେଲର ଡାକ୍ତର ବିପିନ ଶ୍ରୀବାସ୍ତବ। ଏ ନେଇ ଟାଇମ୍ସ ଅଫ୍ ଇଣ୍ଡିଆରେ ଏକ ରିପୋର୍ଟ ପ୍ରକାଶ ପାଇଛି।

ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ଯଦି ଲୋକମାନେ ସାମାଜିକ ଦୂରତା, ସାନିଟାଇଜେସନ୍, ମାସ୍କ ପିନ୍ଧିବା ଏବଂ ଟିକାକରଣ ପରି କରୋନା ପ୍ରୋଟୋକଲ୍ ଅନୁସରଣ କରିବାରେ ବିଫଳ ହୁଅନ୍ତି, ତେବେ ତୃତୀୟ ତରଙ୍ଗ ତା ରୂପ ବଦଳାଇବାକୁ ବେଶି ସମୟ ଲାଗିବନି। ଏହା ଶକ୍ତିଶାଳୀ ହୋଇ କ୍ଷୀପ୍ର ରୂପ ଧାରଣ କରିବାର ଅଧିକ ସମ୍ଭାବନା ରହିଛି।

Leave A Reply

Your email address will not be published.