Latest Odisha News

BREAKING NEWS

କୋହଲିଙ୍କ ଝିଅଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ଯୁବକ ଗିରଫ

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ଖେଳାଳି ବିରାଟ କୋହଲିଙ୍କ ଝିଅଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ଯୁବକଙ୍କୁ ପୋଲିସ ଗିରଫ କରିନେଇଛି । ମୁମ୍ବାଇ ପୋଲିସର ଆଇଟି ସେଲ ୨୩ ବର୍ଷୀୟ ରାମନଗେଶ ଅଲିବାଥିନୀଙ୍କୁ ହାଇଦ୍ରାବାଦରେ ଧରିଥିଲା । ଯୁବକଜଣକ ସଫ୍ଟୱେୟାର ଇଜିଂନିୟର ଓ ଆଇଆଇଟି ହାଇଦ୍ରାବାଦରେ ବିଟେକ କରିଥିଲେ । ଏବେ ସେ ଏକ ଫୁଡ ଡେଲିଭରୀ ଆପରେ କାର୍ଯ୍ୟରତ ଥିଲେ ।

ଟି୨୦ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ କ୍ରମାଗତ ୨ଟି ମ୍ୟାଚରେ ଟିମ୍ ଇଣ୍ଡିଆ ପରାଜିତ ହେବା ପରେ ପ୍ରଶଂସକମାନେ ରାଗି ଯାଇଥିଲେ । ତେବେ ରାମନଗେଶ କୋହଲି-ଅନୁଷ୍କାଙ୍କ ଝିଅ ଭାମିକାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିବା ସହ ଦୁଷ୍କର୍ମ ଧମକ ଦେଇଥିଲା ।

Leave A Reply

Your email address will not be published.