Latest Odisha News

BREAKING NEWS

ମୋମୋ ନେଲା ଜୀବନ, ଜଣେ ମୃତ, ୨୦ରୁ ଉର୍ଦ୍ଧ୍ଵ ଗୁରୁତର

ହାଇଦ୍ରାବାଦ: ମୋମୋ । ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ବି ସେତିକି ସ୍ଵାଦିଷ୍ଟ । ଆଜିକାଲିର ଯୁବପୀଢିଙ୍କ ପାଇଁ ମୋମୋ ଏକ କ୍ରେଜ ପାଲଟିଗଲାଣି । ରାସ୍ତାକଡ ଠୁ ଆରମ୍ଭ କରି ବଡ ବଡ ତାରକା ହୋଟେଲ ମାନଙ୍କରେ ଏବେ ଭଳିକି ଭଳି ମୋମୋ ମିଳୁଛି । ଷ୍ଟିମ୍ ମୋମୋ, ଫ୍ରାଏ ମୋମୋ, ତନ୍ଦୁରି ମୋମୋ ଉତ୍ୟାଦି । ସକାଳର ଜଳଖିଆ ହେଉ କିମ୍ବା ସଂନ୍ଧ୍ୟାର ସ୍ନାକ୍ସ ସମୟ । ସବୁବେଳେ ଆଜିକାଲିର ପିଲାମାନଙ୍କୁ ମୋମୋ ଦରକାର । ତେବେ ସମସ୍ତଙ୍କ ପସନ୍ଦ ପାଲଟିଥିବା ଏହି ମୋମୋ ଯେତେବେଳେ ଜୀବନ ନିଏ ସେତେବେଳେ ଏଇ ଘଟଣାକୁ ବିଶ୍ଵାସ କରିବା ହୁଏତ ସହଜ ହୋଇନପାରେ । କିନ୍ତୁ ସହଜ ନହେଲେ ବି ଏହା ସତ । ମୋମୋ ଖାଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ଵ ଗୁରୁତର ହୋଇଛନ୍ତି ।

ଏପରି ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦର ବନଜାରା ପାହାଡ ଅଞ୍ଚଳରେ । ଖଇରତାବାଦର ରେଶମା ବେଗମ୍ ନାମକ ଜଣେ ମହିଳା ଗତ ଶୁକ୍ରବାର ଦିନ ତାଙ୍କର ୨ ଝିଅଙ୍କ ସହ ବନଜାରା ପାହାଡ ଅଞ୍ଚଳରେ ରାସ୍ତା କଡ଼ରେ ଥିବା ଏକ ମୋମୋ ଦୋକାନକୁ ଖାଇବା ପାଇଁ ଆସିଥିଲେ । ଉକ୍ତ ଦୋକାନରୁ ରେଶମା ଏବଂ ତାଙ୍କ ୨ ଝିଅଙ୍କ ବ୍ୟତୀତ ଅନେକ ଗ୍ରାହକ ମଧ୍ୟ ମୋମୋ ଖାଇଥିଲେ । ମାତ୍ର ମୋମୋ ଖାଇବାର କିଛି ସମୟ ପରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା । ତୁରନ୍ତ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ରେଶମାଙ୍କର ମୃତ୍ୟୁ ହୋଇଥିଲା । ରେଶମାଙ୍କ ୨ ଝିଅଙ୍କ ସହ ଅନ୍ୟ ଗ୍ରାହକ ମାନେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସେପଟେ ଘଟଣାକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଉକ୍ତ ଦୋକାନୀର ଖାଦ୍ୟ ନିରାପତ୍ତା ଲାଇସେନ୍ସ ନଥିବା ସହ ଦୋକାନୀ ଜଣଙ୍କ ଅପରିଷ୍କାର ଅବସ୍ଥାରେ ଖାଦ୍ୟ ପ୍ରସ୍ତୁତ କରୁଥିବା ଜଣାପଡିଛି । ତେବେ ମୋମୋ ତିଆରି କରିବା ପାଇଁ ବ୍ୟବହୃତ ହୋଇଥିବା ମଇଦାକୁ ପ୍ୟାକ ନ କରି ଏକ ଖରାପ ଫ୍ରିଜରେ ରଖାଯାଇଥି ବା ନେଇ ସୂଚନା ଦେଇଛି ପୋଲିସ । ଯେଉଁଥିପାଇଁ ମୋମୋ ନଷ୍ଟ ହୋଇଯିବା ସହ ଫିଡ୍ ପଏଜନିଂ ହୋଇଥିବା ନେଇ କହିଛି ପୋଲିସ । ସେପଟେ ଦୋକାନୀଠାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଇଛି ପୋଲିସ ।

Comments are closed.