Latest Odisha News

BREAKING NEWS

ଓଡ଼ିଶାରେ ଗବେଷଣା କେନ୍ଦ୍ର ଖୋଲିବ ହାଇଦ୍ରାବାଦର ଏହି ହସ୍ପିଟାଲ

ଭୁବନେଶ୍ବର: ହାଇଦ୍ରାବାଦର ପ୍ରତିଷ୍ଠିତ ଏଆଇଜି ହସ୍ପିଟାଲ ଓଡ଼ିଶାରେ ଗବେଷଣା କେନ୍ଦ୍ର ଖୋଲିବ । TAVR ଟେକନୋଲୋଜିରେ ଚିକିତ୍ସା ଯୋଗାଇବାରେ ଦେଶର ବୃହତ୍ତମ ହସ୍ପିଟାଲ ଏଆଇଜି ହସ୍ପିଟାଲ। ବିନା ଓପନ ହାର୍ଟ ସର୍ଜରୀରେ ହାର୍ଟର ଭାଲଭ ବଦଳାଇବା ଟେକ୍ନୋଲୋଜି ହେଉଛି TAVR। ଏହି ପ୍ରଣାଳୀରେ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ୯୧ ବର୍ଷ ବୟସରେ ସଫଳ ସର୍ଜରୀ ହୋଇଛି।

ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ରାଜ୍ୟ ସରକାର ଚାହିଁଲେ ଓଡ଼ିଶାରେ ଏଆଇଜି ହସ୍ପିଟାଲ ଖୋଲିବାର ସମ୍ଭାବନା ରହିଛି ।

ଏଆଇଜି ହସ୍ପିଟାଲର ଡାକ୍ତରୀ ଟିମ୍ ଅନୁସାରେ, ବର୍ତ୍ତମାନ ସୁଦ୍ଧା ୬ଶହ ଟିଏଭିଆର ପ୍ରଣାଳୀରେ ସର୍ଜରୀ ହୋଇଥିବା ବେଳେ ସମସ୍ତେ ସୁସ୍ଥ ଅଛନ୍ତି ।

ଏହି ସର୍ଜରୀ ଓପନ ହାର୍ଟ ସର୍ଜରୀ ଠାରୁ ସାମାନ୍ୟ ବ୍ୟୟବହୁଳ ହୋଇଥିଲେ ବି ଏଥିରେ ବିପଦ କମ ଥାଏ ବୋଲି ଏଆଇଜିର ନିର୍ଦ୍ଦେଶକ ଡାକ୍ତର ଅନୁଜ କାପାଡ଼ିଆ କହିଛନ୍ତି ।

Comments are closed.