ୱାଶିଂଟନ: ଭାରତରୁ ଆମେରିକାରେ ପହଂଚିଲା ହାଇଡ୍ରୋକ୍ସି କ୍ଳୋରକୁଇନ୍ ଔଷଧ । କରୋନା ଉପଚାର ପାଇଁ ଏହି ଔଷଧକୁ ସମ୍ଭାବ୍ୟ ସଂଜିବନୀ ରୂପେ ଗ୍ରହଣ କରାଯାଇଛି । ଏଥିପାଇଁ ଚଳିତ ସପ୍ତାହରେ ଆମରେିକା ରାଷ୍ଟ୍ରପତିଙ୍କ ଅନୁରୋଧ କ୍ରମେ ଭାରତ ଆମେରିକାକୁ ହାଇଡ୍ରୋକ୍ସି କ୍ଲୋରକୁଇନ୍ର ୩୫.୮୨ ଲକ୍ଷ ମେଡିସିନ୍ ଯୋଗଇ ଦେବା ପାଇଁ ରାଜି ହୋଇଥିଲା । ତେବେ ଶନିବାର ଏହି ଔଷଧ ଆମେରିକାରେ ପହଂଚିଛି । ଏଥିସହ ଔଷଧ ଉତ୍ପାଦନ ପାଇଁ ଆବଶ୍ୟକ ୯ ଟନ ଫାର୍ମାସ୍ୟୁଟିକଲ ସାମଗ୍ରୀ ମଧ୍ୟ ପଠାଇଛି ଭାରତ ।
ଭାରତରୁ ପ୍ରଥମ ପର୍ଯ୍ୟାୟ ହାଇଡ୍ରୋକ୍ସି କ୍ଲୋରକୁଇନ୍ ଔଷଧ ନ୍ୟୁୟର୍କ ବିମାନମନ୍ଦରରେ ପହଂଚିଥିବା ନେଇ ଭାରତର ରାଷ୍ଟ୍ରଦୂତ ତରଣଜିତ ସିଂହ ସନ୍ଧୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଆମେରିକୀୟ ଏହି ଔଷଧ ରପ୍ତାନିକୁ ସ୍ୱାଗତ ଜଣାଇଛନ୍ତି । ନ୍ୟୁୟର୍କରେ ରହୁଥିବା ରିୟଲ ଏଷ୍ଟେଟ ପରାମର୍ଶଦାତା ଏବଂ ଟ୍ରମ୍ପଙ୍କ ସମର୍ଥକ ଅଲ ମେସନ କହିଛନ୍ତି ଯେ, ଭାରତର ଏହି ମହାନ ମାନବୀୟ ସହଯୋଗକୁ ଆମେରିକା କେବେ ହେଲେ ଭୁଲିବନି ।
ଟ୍ରମ୍ପ ଗତ ସପ୍ତାହରେ ମୋଦିଙ୍କୁ ଫୋନ କରି ଆମେରିକାକୁ ହାଇଡ୍ରୋ କ୍ଲୋରୋକ୍ୱିନ ଔଷଧ ପଠାଇବା ପାଇଁ ଅନୁରୋଧ କରିଥିଲେ । ଏହାପରେ ଏପ୍ରିଲ ୭ ତାରିଖରେ ଏହି ଔଷଧ ରପ୍ତାନି ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇ ଦେଇଥିଲେ ।
BREAKING NEWS
- Mukesh Mahaling Riding Bike Without Helmet: ବିନା ହେଲମେଟରେ ବାଇକ୍ ଚଳାଇଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଇସ୍ତଫା ଦାବି କଲା ବିଜେଡି
- PM praises 2 Odia in Mann Ki Baat: ମନ୍ କି ବାତ୍ରେ ୨ ଓଡ଼ିଆଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ
- କେରଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ବାଚନ ପ୍ରଚାର
- ‘Beware Of Rumours’: PM in Mann Ki Baat: ‘ମନ କି ବାତ’ରେ ମଧ୍ଯପ୍ରାଚ୍ୟ ଯୁଦ୍ଧ; ପ୍ରଧାନମନ୍ତ୍ରୀ କହିଲେ, ‘ସାହସର ସହିତ ସାମ୍ନା କରୁଛି ଭାରତ…’
- ତହସିଲଦାରଙ୍କୁ ଗାଳି ଗୁଲଜ ସହ ହତ୍ୟା ଧମକ ଦେଲେ ବିଜେଡ଼ି ବିଧାୟିକାଙ୍କ ସ୍ୱାମୀ
- ସରକାର ଆଣୁଛନ୍ତି ନୂଆ ବିଲ୍; ସାର୍ବଜନୀନ ସ୍ଥାନରେ ପରିସ୍ରା କରିବା ପଡିବ ମହଙ୍ଗା, ଦେବାକୁ ପଡିବ ଏତିକି…
- Anti-Trump rallies Across US: ଆମେରିକା ରାସ୍ତାରେ କମ୍ପିଲା ଟ୍ରମ୍ପ୍ ବିରୋଧ ସ୍ୱର, ରାଷ୍ଟ୍ରପତିଙ୍କ ନୀତି ବିରୁଦ୍ଧରେ ନୋ କିଙ୍ଗସ୍ ପ୍ରତିବାଦ
- Stormy Weather Alert: ଆସନ୍ତା ୭୨ ଘଣ୍ଟାରେ ଓଡ଼ିଶାରେ ଏହିସବୁ ଜିଲ୍ଲାରେ ଝଡ଼ବର୍ଷା…
- ପୁଣି ଏସସିବିରେ ଅଗ୍ନିକାଣ୍ଡ, ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ଲାଗିଲା ନିଆଁ…
- Lalatendu Samantaray President of OHCBA : ଓଡ଼ିଶା ହାଇକୋର୍ଟର ବାର ଆସୋସିଏସନର ନୂଆ ସଭାପତି ବରିଷ୍ଠ ଆଇନଜୀବୀ ଲଲାଟେନ୍ଦୁ ସାମନ୍ତରାୟ
Comments are closed.