ୱାଶିଂଟନ: ଭାରତରୁ ଆମେରିକାରେ ପହଂଚିଲା ହାଇଡ୍ରୋକ୍ସି କ୍ଳୋରକୁଇନ୍ ଔଷଧ । କରୋନା ଉପଚାର ପାଇଁ ଏହି ଔଷଧକୁ ସମ୍ଭାବ୍ୟ ସଂଜିବନୀ ରୂପେ ଗ୍ରହଣ କରାଯାଇଛି । ଏଥିପାଇଁ ଚଳିତ ସପ୍ତାହରେ ଆମରେିକା ରାଷ୍ଟ୍ରପତିଙ୍କ ଅନୁରୋଧ କ୍ରମେ ଭାରତ ଆମେରିକାକୁ ହାଇଡ୍ରୋକ୍ସି କ୍ଲୋରକୁଇନ୍ର ୩୫.୮୨ ଲକ୍ଷ ମେଡିସିନ୍ ଯୋଗଇ ଦେବା ପାଇଁ ରାଜି ହୋଇଥିଲା । ତେବେ ଶନିବାର ଏହି ଔଷଧ ଆମେରିକାରେ ପହଂଚିଛି । ଏଥିସହ ଔଷଧ ଉତ୍ପାଦନ ପାଇଁ ଆବଶ୍ୟକ ୯ ଟନ ଫାର୍ମାସ୍ୟୁଟିକଲ ସାମଗ୍ରୀ ମଧ୍ୟ ପଠାଇଛି ଭାରତ ।
ଭାରତରୁ ପ୍ରଥମ ପର୍ଯ୍ୟାୟ ହାଇଡ୍ରୋକ୍ସି କ୍ଲୋରକୁଇନ୍ ଔଷଧ ନ୍ୟୁୟର୍କ ବିମାନମନ୍ଦରରେ ପହଂଚିଥିବା ନେଇ ଭାରତର ରାଷ୍ଟ୍ରଦୂତ ତରଣଜିତ ସିଂହ ସନ୍ଧୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଆମେରିକୀୟ ଏହି ଔଷଧ ରପ୍ତାନିକୁ ସ୍ୱାଗତ ଜଣାଇଛନ୍ତି । ନ୍ୟୁୟର୍କରେ ରହୁଥିବା ରିୟଲ ଏଷ୍ଟେଟ ପରାମର୍ଶଦାତା ଏବଂ ଟ୍ରମ୍ପଙ୍କ ସମର୍ଥକ ଅଲ ମେସନ କହିଛନ୍ତି ଯେ, ଭାରତର ଏହି ମହାନ ମାନବୀୟ ସହଯୋଗକୁ ଆମେରିକା କେବେ ହେଲେ ଭୁଲିବନି ।
ଟ୍ରମ୍ପ ଗତ ସପ୍ତାହରେ ମୋଦିଙ୍କୁ ଫୋନ କରି ଆମେରିକାକୁ ହାଇଡ୍ରୋ କ୍ଲୋରୋକ୍ୱିନ ଔଷଧ ପଠାଇବା ପାଇଁ ଅନୁରୋଧ କରିଥିଲେ । ଏହାପରେ ଏପ୍ରିଲ ୭ ତାରିଖରେ ଏହି ଔଷଧ ରପ୍ତାନି ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇ ଦେଇଥିଲେ ।
BREAKING NEWS
- ଘରେ ପଶି ଭାଉଜଙ୍କୁ ହାଣିଦେଲା ଦିଅର, ଅଭିଯୁକ୍ତ ଫେରାର
- ପୁରୁଣା ମାରୁତି କାର୍ ମାଲିକଙ୍କୁ ଆଶ୍ୱସ୍ତି: E20 ପେଟ୍ରୋଲ୍ ପାଇଁ ଉପଯୁକ୍ତ ୨୦୦୮ ପରର ସବୁ ମଡେଲ୍
- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିପରି ରହିବ ଭାରତର ଭବିଷ୍ୟତ? ସୁନା ବିନିଯୋଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶର ବିଶ୍ଳେଷଣ
- ବିବାହର ୫ ମାସ ପରେ ଅଲଗା ହେଲେ ରାପର୍ ବାଦଶାହ ଓ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀ
- ସରକାରୀ ଯୋଜନାର ତଦାରଖ ପାଇଁ ଜିଲ୍ଲା ଗସ୍ତ କରିବେ ସଚିବ: ଅକ୍ଟୋବର ସୁଦ୍ଧା ରିପୋର୍ଟ ଦେବାକୁ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ
- ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ପଦୋନ୍ନତି: ଏସ୍ପି ପାହ୍ୟାକୁ ଉନ୍ନୀତ ହେଲେ ୧୫ ଜଣ ଅତିରିକ୍ତ ଏସ୍ପି
- ଦୁଲୀପ ଟ୍ରଫି: ଫାଇନାଲରେ ଇଷ୍ଟ ଜୋନ, ଅଧିନାୟକ ଭାବେ ଈଶାନ ଏବେ ବି ଅପରାଜେୟ
- ସମୟର ରହସ୍ୟ: କାହିଁକି ଭାରତ ଓ ଚୀନ୍ରେ ଗୋଟିଏ ଟାଇମ୍ ଜୋନ୍ ଥିବାବେଳେ ଫ୍ରାନ୍ସରେ ଅଛି ଏକାଧିକ?
- ୱାଶିଂଟନ ସୁନ୍ଦରଙ୍କ ଚୟନ, ୪ ଅନଫିଟ୍ ଖେଳାଳି ଏବଂ କୃଣାଲଙ୍କ ବାଦ୍ ପଡ଼ିବା ନେଇ ଆଲୋଚନା
- ଦେବଗଡ଼ ଜିଲ୍ଲା କଲ୍ଲା ପ୍ୟାକ୍ସର ପୂର୍ବତନ ସଂପାଦକ ଶ୍ରୀପତି ପ୍ରଧାନ ଗିରଫ

Comments are closed.