ନୂଆଦିଲ୍ଲୀ:ଦକ୍ଷିଣ କୋରିଆ କମ୍ପାନୀ ହ୍ୟୁଣ୍ଡାଇ କଶ୍ମୀର ନେଇ ସୋସିଆଲ ସାଇଟରେ ବିବାଦୀୟ ମେସେଜ ଦେଇଥିଲା । ଭାରତ ପକ୍ଷରୁ ଚାପ ପଡିବା ପରେ କମ୍ପାନୀର ଭୁଲ ନେଇ ଦକ୍ଷିଣ କୋରିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ଚୁଙ୍ଗ ୟୁଇ ୟୋଙ୍ଗ କ୍ଷମା ପ୍ରାର୍ଥନା କରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ଭାରତର ରାଜଦୂତ ହ୍ୟୁଣ୍ଡାଇ ମୁଖ୍ୟାଳୟକୁ ସ୍ପଷ୍ଟୀକରଣ ମଗାଇଛନ୍ତି ।ସୂଚନାଯୋଗ୍ୟ, ଫେବୃୟାରୀ ୫ କଶ୍ମୀର ସଲିଡେରିଟି ଦିବସରେ ହୁଣ୍ଡାଇ କଶ୍ମୀରର ସ୍ୱାଧୀନତା ନେଇ ମେସେଜ ଦେଇଥିଲା । କଶ୍ମୀର ଭାରତର ଅଭିନ୍ନ ଅଙ୍ଗ ହୋଇଥିବାରୁ ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହା ପୂର୍ବରୁ କେଏଫସି, ଡୋମିନସ, ପିଜ୍ଜା ହଟ, ଓସକା ବ୍ୟାଟେରୀ, ଆଇସିଜୁ ଡି ମାକ୍ସ, ଆଟଲାସ ହୋଣ୍ଡା ଲିମିଟେଡ କିଛି ନ ଜାଣି ମେସେଜ ଦେଇଥିଲେ । ଏହି କମ୍ପାନୀମାନେ ଏବେ କ୍ଷମା ମାଗିବା ଆରମ୍ଭ କରି ଦେଇଛନ୍ତି ।
BREAKING NEWS
- ଥାନାକୁ ଆସିଲା କଲ୍… ‘ଏକୁଟିଆ ଝିଅ, ସାହାଯ୍ୟ ଦରକାର’, ତା ପରେ ପୋଲିସ୍ ପହଞ୍ଚି ଯାହା ଦେଖିଲା…..
- ମନ କି ବାତ୍: ମାତୃଭାଷାକୁ ନେଇ ମୟୂରଭଂଜ ଜିଲ୍ଲାର ଉଦାହରଣ ଦେଲେ ମୋଦୀ
- ବୈଜ୍ଞାନିକଙ୍କ ବଡ ଖୁଲାସା, ୨୦୦ ବର୍ଷରେ ଶେଷ ହୋଇଯିବ ଆଣ୍ଟାର୍କଟିକାର ଗ୍ଲେସିଅର
- ହିଜବୁଲ୍ଲା ଘୋଷଣା କଲା ନୂଆ ମୁଖିଆ; ଜାଣନ୍ତୁ କିଏ ନେବ ନସରଲ୍ଲାହର ଜାଗା……
- ନକ୍ସଲଙ୍କ ଆଇଇଡି ବିସ୍ଫୋରଣ: ୫ ଯବାନ ଆହତ
- ପୁଣି ଅକ୍ଟୋବର ୯ରେ ଖାତାକୁ ଯିବ ସୁଭଦ୍ରା ଟଙ୍କା
- ନେପାଳରେ ବନ୍ୟା ଓ ଭୂସ୍ଖଳନ: ୧୧୨ ଜଣଙ୍କର ମୃତ୍ୟୁ
- ସୁନୀତା ଓ୍ବିଲିୟମ୍ସ ରିଟର୍ନସ୍: କାଉଣ୍ଟ ଡାଉନ ଆରମ୍ଭ
- ଧରା ପଡିଲେ ଅମାନିଆ ଗାଡି ଚାଳକ, ଗାଡ଼ି ଚେକିଂ ବେଳେ ମିଳିଲା ପୁଳାପୁଳା ଟଙ୍କା
- କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ବନାମ ଇଣ୍ଡିଆ କ୍ୟାପିଟଲ୍ସ
Comments are closed.