ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଶେଷ ଟି-ଟ୍ୱେଣ୍ଟିରେ ନୂଆ ରଣନୀତି ସହ ମୈଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ସହ ପ୍ରଥମ ଥର ଇନିଂସ ଓପନ୍ କରିଥିଲେ ବିରାଟ କୋହଲି । ମ୍ୟାଚ୍ ଜିତିବା ସହ ସିରିଜ ବି ହାତେଇଲା ଭାରତ । ଟି-ଟ୍ୱେଣ୍ଟିରେ ଓପେନିଂ କରିବା ବିରାଟଙ୍କୁ ଭାରି ପସନ୍ଦ ଆସିଛି । ଆଗକୁ ସେ ଆଇପିଏଲରେ ଓପେନିଂ ବ୍ୟାଟିଂ କରିବାକୁ ଇଚ୍ଛା ରଖିଛନ୍ତି ।
ଗତକାଲି ମ୍ୟାଚ ପରେ ବିରାଟ କହିଥିଲେ, ଚଳିତବର୍ଷ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ଆଉ କିଛି ମ୍ୟାଚରେ ଓପେନିଂ କରିବେ । ଏପରିକି ଆସନ୍ତା ଆଇପିଏଲରେ ବି ଇନିଂସ ଓପନ୍ କରିବେ ବୋଲି କହିଛନ୍ତି ବିରାଟ କୋହଲି । ସେ କହିଛନ୍ତି, ପୂର୍ବରୁ ଭିନ୍ନ ଭିନ୍ନ ପୋଜିସନରେ ବ୍ୟାଟିଂ କରିଛନ୍ତି । ଏବେ ସୂର୍ୟ୍ୟକୁମାର ଯାଦବ, ରିଷଭ ପନ୍ଥ, ଶ୍ରେୟସ ଆୟାର, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳା ଥିବାରୁ ମିଡିଲ୍ ଅର୍ଡର ବି ଶକ୍ତିଶାଳୀ ।

ଗତକାଲି ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟିରେ ପ୍ରଥମ ଓ୍ୱିକେଟରେ ରୋହିତ ଶର୍ମା-ବିରାଟ କୋହଲି ୯ ଓଭରରେ ୯୪ରନ୍ କରିଥିଲେ । ଅପରାଜିତ ୮୦ ରନ୍ ହାସଲ କରିଥିଲେ ବିରାଟ । ଲଗାତାର ଲୋକେଶ ରାହୁଲ ଫେଲ ମାରିବା ପରେ ରଣନୀତି ବଦଳାଇଥିଲା ଟିମ୍ ଇଣ୍ଡିଆ । ବିରାଟ-ରୋହିତ ଇନିଂସ ଓପନ୍ କରିଥିବା ବେଳେ ତିନି ନମ୍ବରରେ ବ୍ୟାଟିଂ ପାଇଁ ଆସିଥିଲେ ସୂର୍ଯ୍ୟକୁମାର ଯାଦବ । ସେହିପରି ବିରାଟ-ରୋହିତଙ୍କ ଓପେନିଂ ବ୍ୟାଟିଂ ନିଷ୍ପତ୍ତିକୁ ତାରିଫ କରିଛନ୍ତି ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ।
BREAKING NEWS
- Oust CEC Over ‘discriminatory conduct’: ୧୯୩ ସାଂସଦଙ୍କ ସାଇନ୍…ପଦରୁ ହଟିବେ କି ଜ୍ଞାନେଶ କୁମାର? CECଙ୍କୁ ହଟାଇବା ପାଇଁ କ’ଣ ରହିଛି ପ୍ରକ୍ରିୟା?
- Woman Kills 2 Minor Daughters: ଦୁଇ ଶିଶୁକନ୍ୟାଙ୍କୁ କୂଅକୁ ଠେଲି ମାରିଦେଲା ମାଆ!
- US Forces Targets on Iranian Island: ଖର୍ଗ ଆଇଲାଣ୍ଡ ଉପରେ ଆମେରିକାର ଆକ୍ରମଣ, ଇରାନର ସାମରିକ ଘାଟି ନଷ୍ଟ ନେଇ ଦାବି କଲେ ଟ୍ରମ୍ପ
- PM Modi hits out at Congress: ‘ତେଲ, ଏଲପିଜି ନେଇ ଦେଶକୁ ଭ୍ରମିତ କରୁଛି କଂଗ୍ରେସ’, ଆସାମରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
- ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
- ୬୨ କିଲୋରୁ ଅଧିକ ଗଞ୍ଜେଇ ସହ କାର-ବାଇକ ଜବତ, ୨ଗିରଫ
- OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ
- Rajya Sabha Elections: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି
Comments are closed.