Latest Odisha News

ମୁଁ ପିସିସି ସଭାପତି ଦୌଡରେ ନାହିଁ: ରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ମଙ୍ଗୁଆଳ ପରିବର୍ତ୍ତନ ନେଇ ଚର୍ଚ୍ଚା ଭିତରେ ଆସିଛି ବରିଷ୍ଠ ନେତା ରଂଜୀବ ବିଶ୍ୱାଳଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ସେ ପିସିସି ସଭାପତି ରେସରେ ନାହାଁନ୍ତି । ଏପରିକି ତାଙ୍କ ପାଖରେ ଯାହା ଖବର ଅଛି ପିସିସି ପରିବର୍ତ୍ତନ ନେଇ ଏଆଇସିସି କୌଣସି ନିଷ୍ପତ୍ତି ନେଇନାହିଁ ।

ରଂଜୀବ ବିଶ୍ୱାଳ କହିଛନ୍ତି ଯେ, ତାଙ୍କର ବିଶ୍ୱାସ ଅଛି ବର୍ତ୍ତମାନ ସଭାପତି ଥିବା ନିରଂଜନ ପଟ୍ଟନାୟକ ଆଗକୁ ମଧ୍ୟ ଦାୟିତ୍ୱରେ ରହିବେ । ପିସିସି ସଭାପତି ନେଇ ଯେଉଁ ସବୁ ନାଁ ସାମ୍ନାକୁ ଆସୁଛି, ସେମିତି କେହି କାହାର ଲବି କରୁନାହାଁନ୍ତି ତ ଏବଂ ଦିଲ୍ଲୀରେ ଯାଇ ଡେରା ପକାଉନାହାଁନ୍ତି ତ ବୋଲି ପ୍ରଶ୍ନ କରିଛନ୍ତି ରଂଜୀବ ବିଶ୍ୱାଳ ।

Leave A Reply

Your email address will not be published.