Latest Odisha News

BREAKING NEWS

ବଢ଼ିଲା ସ୍କୁଲ ଆଡମିଶନ ତାରିଖ

ଭୁବନେଶ୍ୱର: ବଢିଲା ସ୍କୁଲ୍ ଆଡ଼ମିଶନ ତାରିଖ। କରୋନା ମହାମାରୀ ପାଇଁ ଆଡ଼ମିଶନ ତାରିଖକୁ ଅଗଷ୍ଟ ୧୪ ଯାଏ ଘୁଞ୍ଚା ଯାଇଛି। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ପକ୍ଷରୁ ସୂଚନା ମିଳିଛି।

ପୂର୍ବରୁ ଜୁନ୍ ୮ରୁ ଆଡ଼ମିଶନ ଆରମ୍ଭ କରି ଜୁଲାଇ ୧୫ ଭିତରେ ସାରିବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ଓ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ତେବେ ବର୍ତ୍ତମାନ ସ୍ଥିତିକୁ ଦେଖି ଆଡ଼ମିଶନରୁ ଯେପରି ଛାତ୍ର ଛାତ୍ରୀମାନେ ବାଦ୍ ନପଡ଼ନ୍ତୁ ସେଥିଲାଗି ଗଣ ଶିକ୍ଷା ବିଭାଗ ପକ୍ଷରୁ ଆଡ଼ମିଶନ ଅବଧିକୁ ଅଗଷ୍ଟ ୧୪ ଯାଏ ବଢାଯାଇଛି ।

Leave A Reply

Your email address will not be published.