Latest Odisha News

BREAKING NEWS

ପ୍ରସନ୍ନଙ୍କ ବିସ୍ଫୋରକ ବୟାନ, କହିଲେ ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡି ଛାଡ଼ିଛି

ଭୁବନେଶ୍ୱର: ଅମର ଶତପଥୀଙ୍କ ପରେ ବିସ୍ଫୋରକ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ l କହିଲେ ମୋର ବିଜେଡି ଛାଡିବାର ମୁଖ୍ୟ କାରଣ ପାଣ୍ଡିଆନ l ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡି ଛାଡ଼ିଛି l ଯେତେ ପର୍ଯ୍ୟନ୍ତ ଦଳରେ ପାଣ୍ଡିଆନ ଥିବେ, ସେ ପର୍ଯ୍ୟନ୍ତ ବିଜେଡି ଆସିବନି l ପାଣ୍ଡିଆନଙ୍କ ପାଇଁ ଲୋକପ୍ରିୟ ସରକାର ଚାଲିଗଲା ବୋଲି କହିଛନ୍ତି ପାଟ୍ଟଶାଣୀ l

ଗତକାଲି ବରିଷ୍ଠ ବିଜେଡି ନେତା ଅମରପ୍ରସାଦ ଶତପଥୀ ନିଜର ଅସନ୍ତୋଷ ଝାଡ଼ିଥିବାବେଳେ ଆଜି ପ୍ରସନ୍ନ ପାଟ୍ଟଶାଣୀ ବଡ଼ ବୟାନ ଦେଇଛନ୍ତି । ମୁଁ କେବେ ବି ଦଳ ଛାଡ଼ି ବିଜେପିକୁ ଆସି ନ ଥାନ୍ତି। ହେଲେ ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡ଼ିଲି ବୋଲି ସେ କହିଛନ୍ତି। ନବୀନଙ୍କ ପ୍ରତି ମୋର ଦୁର୍ବଳତା ଅଛି କିନ୍ତୁ ପାଣ୍ଡିଆନଙ୍କ ପାଇଁ ଓଡ଼ିଶାରୁ ଏକ ଲୋକପ୍ରିୟ ସରକାର ଚାଲିଗଲା। ପାଣ୍ଡିଆନଙ୍କ ପାଇଁ ବିଜେଡି ହାରିଲା। ଏହାର ସୁଯୋଗ ନେଲା ବିଜେପି l ସେଥିପାଇଁ ଲୋକେ ବିଜେପିକୁ କ୍ଷମତାକୁ ଆଣିଲେ। ଦଳ କ୍ଷମତାରୁ ଚାଲିଗଲେ କ’ଣ ହୁଏ ଏବେ ତାହା ଜଣାପଡ଼ୁଛି। ଆଗକୁ ବିଜେଡିରେ ପରିସ୍ଥିତି ଆହୁରି ଭୟାବହ ହେବ ବୋଲି କହିଛନ୍ତି ପ୍ରସନ୍ନ। ବିଜେଡିରେ ତ କେହି ନବୀନଙ୍କ ବିରୁଦ୍ଧରେ କହୁ ନାହାନ୍ତି । ସମସ୍ତେ ପାଣ୍ଡିଆନକୁ କାହିଁକି କହୁଛନ୍ତି? ରାଜନୀତି କରିବା ପାଇଁ ବହୁତ ଭଲ ଭଲ ଲୋକ ଅଛନ୍ତି l ପାଣ୍ଡିଆନ ପଛରେ ଧାଇଁଲେ କ’ଣ ହେବ ବୋଲି କହିଛନ୍ତି ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ।

Leave A Reply

Your email address will not be published.