Latest Odisha News

BREAKING NEWS

ଚାଲିଛି ରେଡ୍, ଥକିଗଲାଣି ମେସିନ, ପୁଣି ମିଳିଲା ୨୦ ପେଟି ଟଙ୍କା

ବଲାଙ୍ଗିର: ଚତୁର୍ଥ ଦିନରେ ଚାଲିଛି ଆୟକର ବିଭାଗର ରେଡ୍ । ଏତେ ପରିମାଣର ଟଙ୍କା ଗଣି ଗଣି ଥକିଗଲାଣି ମେସିନ । ଏହାରି ଭିତରେ ଆଉ ଜଣେ ମଦଭାଟି ମ୍ୟାନେଜରଙ୍କ ଘରୁ ପୁଣି ମିଳିଛି ୨୦ ପେଟି ଟଙ୍କା । ଜବତ ଟଙ୍କା ସ୍ଥାନୀୟ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ଗଣତି ପାଇଁ ନିଆଯାଇଛି । ବ୍ୟାଗ ଓ ପେଟିରେ ୧୦୦ କୋଟି ଥିବା ଅନୁମାନ କରାଯାଉଛି । କିନ୍ତୁ ବର୍ତ୍ତମାନ ତାହା ସ୍ପଷ୍ଟ ହୋଇନାହିଁ ।

ଅନ୍ୟପଟେ ଆଜି ପୁଣି ବଲାଙ୍ଗିରର ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି । ଏଥିପାଇଁ ଆୟକର ବିଭାଗର ଅଧିକ ଅଧିକାରୀ ନିୟୋଜିତ ହୋଇଛନ୍ତି । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୧୦ ଦିନ ତଳେ ବଲାଙ୍ଗୀର ସୁଦପଡାର ଭାଟି ମ୍ୟାନେଜରଙ୍କ ଘରକୁ ପୁଳା ପୁଳା ଟଙ୍କା ଭର୍ତ୍ତି ବ୍ୟାଗ ଆସିଥିଲା ।

ପୂର୍ବରୁ ୧୫୬ ବସ୍ତା ଟଙ୍କା ବଲାଙ୍ଗିର ସୁଦପଡା ମଦଭାଟିରୁ ଜବତ କରାଇଥିଲା । ସେହି ଟଙ୍କା ବସ୍ତାକୁ ଟ୍ରକ ଯୋଗେ SBIକୁ ଅଣାଯାଇଥିଲା । ଗତକାଲି ଅବକାରୀ ଅଫିସରେ ଆୟକର ବିଭାଗର ପହଞ୍ଚି ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିଥିଲା । ତେବେ କେତେ ରାଜସ୍ୱ ଦେଉଥିଲେ ମଦ ବ୍ୟବସାୟୀ ? କିପରି ଆୟକର ଟିକସ ଫାଙ୍କୁଥିଲେ ? ଏନେଇ ତଦନ୍ତ କରିବା ସହିତ ବଲାଙ୍ଗିର SBIରେ ଆୟକର ବିଭାଗ ଟଙ୍କା ଗଣତି ଜାରି ରଖିଛି ।

ଝାଡଖଣ୍ଡର ବଳଦେବ ସାହୁଙ୍କ ପରିବାର ଏହି ମଦ ବ୍ୟବସାୟରେ ଦୀର୍ଘ ବର୍ଷ ହେବ ଜଡିତ ଅଛନ୍ତି । ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, ଖୋର୍ଦ୍ଧା, କଲିକତା ଓ ଝାଡଖଣ୍ଡରେ ବଣ୍ଟି ସାହୁ, ରାଜେଶ ସାହୁ ଓ ଭୋଳା ସାହୁ ମଦ ବ୍ୟବସାୟ କରି ଆସୁଛନ୍ତି । ଏଯାବତ ସାରା ଓଡ଼ିଶାରୁ ପାଖାପାଖି ପାଞ୍ଚ ଶହ କୋଟି ଟଙ୍କା ଜବତ ହୋଇଥିବାର ଆକଳନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଡିଷ୍ଟ୍ରିଲେରୀ ପ୍ରାଇଭେଟ ଲିମିଟେଡ ଉପରେ ଚଢାଉ ବେଳେ ପଶ୍ଚିମ ଓଡ଼ିଶାର ଦେଶୀ ମଦ ପ୍ରସ୍ତୁତ ଓ ବିକ୍ରୟକାରୀ କମ୍ପାନୀ ବଳଦେବ ସାହୁ ଗ୍ରୁପ ଅଫ୍‌ କମ୍ପାନୀର ଲିଙ୍କ୍ ମିଳିଥିଲା । ଏହି ଲିଙ୍କରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ମଦ ବ୍ୟବସାୟୀଙ୍କ ଉପରେ ରେଡ୍ କରିଥିଲା ଆୟକର ବିଭାଗ । ଏହି ରେଡ୍‌ରେ ଆୟକର ବିଭାଗର ୪୦ ଜଣିଆ ଟିମ୍, ସିଆରପିଏଫ ଯବାନ ଓ ସ୍ଥାନୀୟ ପୋଲିସ ସାମିଲ ଅଛନ୍ତି ।

Leave A Reply

Your email address will not be published.